Latest Odisha News

BREAKING NEWS

ବନ୍ଧୁକ ମୁନରେ ଲୁଟିନେଲେ ସୁନା, ରୁପା ସହ ଲକ୍ଷାଧିକ ଟଙ୍କା

ଭଦ୍ରକ: ଭଦ୍ରକର ଜଗଦଲପୁର ଗାଁରେ ଡକାୟତମାନେ ବନ୍ଧୁକ ମୁନରେ ଘରୁ ମୂଲ୍ୟବାନ ଜିନିଷପତ୍ର ଲୁଟି ନେଇଛନ୍ତି।

ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଜଗଦଲପୁର ଗାଁରେ ଏକ ସଶସ୍ତ୍ର ଡକାୟତି ଦଳ ବନ୍ଧୁକ ମୁନରେ ଏକ ପରିବାରକୁ କାବୁ କରିଥିବା ଅଭିଯୋଗ ହୋଇଛି। ଗାଁର ନିରଞ୍ଜନ ଶତପଥୀଙ୍କ ଘରେ ସଶସ୍ତ୍ର ଡକାୟତି ହୋଇଛି। ରାତି ପ୍ରାୟ ୯ଟା ସମୟରେ ୪ଜଣ ଦୁର୍ବୃତ୍ତ ଆସି ନିରଞ୍ଜନଙ୍କ ଘର କବାଟ ବାଡେଇଥିଲେ। ନିରଞ୍ଜନ କବାଟ ଖୋଲିବା ମାତ୍ରେ ଘରେ ପଶିଥିଲେ ଡକାୟତ।କୁହାଯାଉଛି ଯେ ଡକାୟତମାନେ ଘରୁ ସୁନା, ରୂପା ଅଳଙ୍କାର ଏବଂ ଲକ୍ଷ ଲକ୍ଷ ଟଙ୍କା ନଗଦ ନେଇ ପଳାଇ ଯାଇଥିଲେ।

ବିଳମ୍ବିତ ରାତିରେ ଡକାୟତମାନେ ଏକ ଘରେ ପଶିଥିଲା ବେଳେ ଗାଁ ଲୋକେ ଜାଣିପାରିଥିଲେ। ଡକାୟତମାନେ ଚୋରି କରି ପଳାଇବା ସମୟରେ ଗାଁ ଲୋକେ ସେମାନଙ୍କ ପିଛା କରିଥିଲେ। ପରେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଧରି ପକାଇଥିଲେ ଗାଁ ଲୋକ। ତାଙ୍କୁ ମାଡ଼ ମାରିବା ସହ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ। ଅପରପକ୍ଷରେ ଅନ୍ୟମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ତେବେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.