Latest Odisha News

ଭୁବନେଶ୍ୱର: ରାସ୍ତାରେ ଚାଲିଲେ ଦନ୍ତାହାତୀ, ଲୋକେ ଆତଙ୍କିତ

ଭୁବନେଶ୍ୱର: ରାଜ୍ୟ ରାଜଧାନୀ ଭୁବନେଶ୍ୱରର ରାଜରାସ୍ତା ଉପରକୁ ୨ଟି ଦନ୍ତାହାତୀ ପଶି ଆସିଛନ୍ତି । ଭରତପୁର ବନ ସଂରକ୍ଷଣ ଅଞ୍ଚଳରେ ଏହି ଦୁଇ ଦନ୍ତାହାତୀ ବୁଲୁଥିବା ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ଦୁଇଟି ବିଶାଳ ଦନ୍ତାହାତୀ ଜଙ୍ଗଲ ମଧ୍ୟରୁ ଚାଲିଆସି ରାସ୍ତାକଡ଼ରେ ଥିବା ପୋଖରୀରେ ଗାଧୋଉଥିବାର ଲୋକେ ଦେଖିବାପରେ ସେଠାରେ ଦେଖଣାହାରୀଙ୍କ ଭିଡ଼ ଜମିଥିଲା । ଦୀର୍ଘ ୪୫ ମିନିଟ ଧରି ଏହି ଦୁଇ ବନ୍ୟପ୍ରାଣୀ ଗାଧୋଇଥିଲେ । ଗାଧୋଇସାରି ରାଜରାସ୍ତା ଉପରେ ଚାଲିବାକୁ ଆରମ୍ଭ କରିଥିଲେ ଏହି ୨ଟି ଦନ୍ତାହାତୀ ।

ଏହି ବହୁଳ ଜନବସତି ଭିତରକୁ ୨ଟି ବିଶାଳକାୟ ଦନ୍ତାହାତୀ ପ୍ରବେଶ କରୁଥିବାରୁ ସେଠାରେ ଲୋକେ ଭୟଭିତ ହୋଇ ପଡ଼ିଥିଲେ । ଏବେ ମଧ୍ୟ ସ୍ଥାନୀୟ ଭରତପୁରବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

“ଦନ୍ତାହାତୀ ପ୍ରବେଶ କରିଥିଲେ ମଧ୍ୟ ଏଥିରେ ଆତଙ୍କିତ ହେବାର କିଛି ନାହିଁ, କାରଣ ବିଦ୍ୟୁତ ତାର ଦ୍ୱାରା ଜଙ୍ଗଲ ସୀମାରେ ସୁଦୃଢ ବ୍ୟବସ୍ଥା କରାଯାଇଛି । ହାତୀ କୌଣସିମତେ ବାସଗୃହ ବା ଜନବସତି ଭିତରକୁ ପ୍ରବେଶ କରିପାରିବେ ନାହିଁ,” ବୋଲି ଗଣମାଧ୍ୟମକୁ କହିଛନ୍ତି ଜିଲ୍ଲା ଜଙ୍ଗଲ ବିଭାଗ ଅଧିକାରୀ କେଦାର ସ୍ୱାଇଁ ।

Leave A Reply

Your email address will not be published.