Latest Odisha News

ପର୍ଯ୍ୟଟକଙ୍କୁ ଠକେଇ ଅଭିଯୋଗରେ ଟ୍ରାଭେଲ୍ ଏଜେନ୍ସିର ୩ କର୍ମଚାରୀ ଗିରଫ

ପୁରୀ: ପର୍ଯ୍ୟଟକଙ୍କୁ ଠକିବା ଅଭିଯୋଗରେ ପୋଲିସ ଏକ ଟ୍ରାଭେଲ୍ ଏଜେନ୍ସିର ୩ ଜଣ କର୍ମଚାରୀଙ୍କୁ ଗିରଫ କରିଛି ।

ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ରହିଛନ୍ତି ପଣସପଡା ଗ୍ରାମର ଅବଦୁଲ୍ ଜାଫର ଓ ରାୟପୁର ଗ୍ରାମର ବିଦ୍ୟାଧର ଜେନା ଏବଂ ବିଚିତ୍ର ଜେନା ।

ପ୍ରାପ୍ତ ସୂଚନାନୁଯାୟୀ, ଗୁଜୁରାଟର ଜେ. କମଳେଶ ପଟେଲ ନାମକ ଜଣେ ବ୍ୟକ୍ତି ଟ୍ରାଭେଲ୍ ଏଜେନ୍ସି ଦ୍ୱାରା ସାତପଡା ଯିବା ଲାଗି ଏକ ଗାଡି ବୁକ୍ କରିଥିଲେ । ସହରର ଚକ୍ରତୀର୍ଥ ହୋଟେଲରେ ପରିବାର ସମେତ ରହିଥିବା ବେଳେ ରାୟପୁର ଘାଟରେ ନୌକା ବିହାର ସମୟରେ ତାଙ୍କୁ ଜବରଦସ୍ତି ୬,୫୦୦ ଟଙ୍କା ଦେବାକୁ ପଡିଥିଲା ।

ପରବର୍ତ୍ତୀ ସମୟରେ ସେମାନେ ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ ପୋଲିସ ତାଙ୍କ ଗାଡିକୁ ଅଟକାଇଥିଲା । ପରେ ଏସମ୍ପର୍କରେ ଶ୍ରୀ ପଟେଲ ପୋଲିସକୁ ଜଣାଇଥିଲେ । ଯାହାଫଳରେ ପୋଲିସ ଡ୍ରାଇଭର ସମେତ ଅବଦୁଲ୍ ଜାଫର ଓ ଜେନାକୁ ଗିରଫ କରିବା ସହ ଉକ୍ତ ଗାଡିକୁ ମଧ୍ୟ ଜବତ କରିଥିଲା ।

ତେବେ ସାତପଡା ଓ ଚିଲିକା ହ୍ରଦରେ ବୁଲିବା ସମୟରେ ପର୍ଯ୍ୟଟକମାନଙ୍କୁ ଟ୍ରାଭେଲ୍ ଏଜେନ୍ସି ଏବଂ ଡଙ୍ଗା ମାଲିକ ଅନେକ ସମୟରେ ଠକୁଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.