Latest Odisha News

BREAKING NEWS

ଓସ୍କାର ପୁରସ୍କାର: ପାରାସାଇଟ ଫିଲ୍ମ ଇତିହାସ ରଚିଲା

ଲସଏଞ୍ଜେଲ୍ସ: ଦକ୍ଷିଣ କୋରିଆର ପାରାସାଇଟ ଶ୍ରେଷ୍ଠ ଫିଲ୍ମ ଭାବେ ସମ୍ମାନଜନକ ଓସ୍କାର ପୁରସ୍କାର ପାଇଛି । ଅଣ ଇଂରାଜୀ ଫିଲ୍ମ ଭାବେ ପାରାସାଇଟ ଓସ୍କାର ଜିତି ଇତିହାସ ରଚିଛି । ୧୯୧୭ ଓ ୱାନ୍ସ ଓପନ ଏ ଟାଇମ ଫିଲ୍ମକୁ ପଛରେ ପକାଇ ଏହା ବାଜି ମାରିଥିଲା ।

ବେଷ୍ଟ ଅନ୍ତର୍ଜାତୀୟ ଫିଲ୍ମ ଭାବେ ମଧ୍ୟ ଏହା ପୁରସ୍କାର ପାଇଛି । ପାରାସାଇଟ ପ୍ରଯୋଜକ କ୍ୱାକ ସି ଆ ଓସ୍କାର ପୁରସ୍କା   ର ପାଇବା କଥା ସ୍ୱପ୍ନରେ ଭାବି ନ ଥିଲୁ ବୋଲି କହିଛନ୍ତି । ଅନ୍ୟ ଗୁରୁତ୍ୱପୂର୍ଣ୍ଣ କାଟାଗୋରୀରେ ପୁରସ୍କାର ପାଇଥିବା ଫିଲ୍ମଗୁଡିକ ହେଲା-

ଶ୍ରେଷ୍ଠ ଅଭିନେତ୍ରୀ: ରାନୀ ଜେଲୱେଗର (ଜୁଡି)
ଶ୍ରେଷ୍ଠ ଅଭିନେତା : ଜୋକ୍ୱିନ ଫୋନିକ୍ସ (ଜୋକର)
ଶ୍ରେଷ୍ଠ ନିର୍ଦ୍ଦେଶକ : ବୋଙ୍ଗ ଜୁନ ହୋ (ପାରାସାଇଟ)


ଶ୍ରେଷ୍ଠ ସହ ଅଭିନେତା : ବ୍ରାଡ ପିଟ୍ଟ ( ୱାନ୍ସ ଅପନ ଏ ଟାଇମ ଇନ ହଲିଉଡ
ଶ୍ରେଷ୍ଠ ସହ ଅଭିନେତ୍ରୀ : ଲୌରା ଡେର୍ନ (ମ୍ୟାରେଜ ଷ୍ଟୋରୀ) ।

Leave A Reply

Your email address will not be published.