ନୂଆଦିଲ୍ଲୀ: ପାକିସ୍ତାନର ଜେଲରେ ବନ୍ଦୀ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ତାଙ୍କ ପରିବାର, ଆଇନଜୀବୀଙ୍କ ଆନ୍ଦୋଳନ ପରେ, କୋର୍ଟ ଇମ୍ରାନଙ୍କୁ ରାୱଲପିଣ୍ଡିର ଆଡିଆଲା ଜେଲରୁ ତୁରନ୍ତ ଇସଲାମାବାଦସ୍ଥିତ ‘ଶିଫା ଇଣ୍ଟରନ୍ୟାସନାଲ ହସ୍ପିଟାଲ’କୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ପାକିସ୍ତାନ ସୁପ୍ରିମକୋର୍ଟ। ୪୮ ଘଣ୍ଟାରେ ଇସଲାମାବାଦର ଘରୋଇ ହସ୍ପିଟାଲ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୧୬ ଯାଏଁ ହସ୍ପିଟାଲରେ ରହିବେ ଇମ୍ରାନ୍ ଖାନ୍। ସ୍ବାସ୍ଥ୍ୟାବସ୍ଥା ତଦାରଖ ପାଇଁ ମେଡିକାଲ୍ ବୋର୍ଡ ଗଠନ ହେବ। ଇମ୍ରାନ୍ଙ୍କ ବ୍ୟକ୍ତିଗତ ଡାକ୍ତର ଓ ତାଙ୍କ ଭଉଣୀଙ୍କୁ ନେଇ ବୋର୍ଡ ଗଠନ ହେବ। ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ୭୩ ବର୍ଷୀୟ ଇମ୍ରାନ୍ ୨୦୨୩ରୁ ଜେଲ୍ରେ ଅଛନ୍ତି।
ରିପୋର୍ଟ ଅନୁସାରେ, ଜଷ୍ଟିସ ଶାହିଦ ୱାହିଦଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ବନ୍ଦୀଙ୍କ ମୌଳିକ ଅଧିକାର ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଏହି ଆଦେଶ ଦେଇଛନ୍ତି। ୭୩ ବର୍ଷୀୟ ଇମ୍ରାନ ଖାନଙ୍କ ଡାହାଣ ଆଖିରେ ସଂକ୍ରମଣ ଯୋଗୁଁ ଦୃଷ୍ଟିଶକ୍ତି ହ୍ରାସ ପାଇଥିବା ନେଇ ଅଭିଯୋଗ ହୋଇଥିଲା। ସରକାରୀ ଡାକ୍ତରଖାନାର ଚିକିତ୍ସାରେ ପରିବାର ସନ୍ତୁଷ୍ଟ ନଥିବାରୁ ଏକ ବେସରକାରୀ ହସ୍ପିଟାଲରେ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ତାଙ୍କର ପରୀକ୍ଷା ଓ ଚିକିତ୍ସା କରାଯିବ।

