Latest Odisha News

BREAKING NEWS

ମହାପ୍ରଭୁଙ୍କ ଆଶିଷ ନେଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମହାପ୍ରଭୁଙ୍କ ଆଶିଷ ନେଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ। ମହାପ୍ରଭୁଙ୍କ ଦର୍ଶନ ପାଇଁ ସେ ନିଜ ପରିବାର ସହିତ ଶ୍ରୀମନ୍ଦିର ଆସିଥିଲେ। ସିଂହଦ୍ୱାର ଠାରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ ପୁରୀ ଜିଲ୍ଲାପାଳ ଓ ବରିଷ୍ଠ ସେବାୟତ।

ରତ୍ନସିଂହାସନରେ ଚତୁର୍ଦ୍ଧାବିଗ୍ରହଙ୍କ ଦର୍ଶନ ଏବଂ ପୂଜାର୍ଚ୍ଚନା ପରେ ମା ବିମଳା, ଲକ୍ଷ୍ମୀଙ୍କ ସହ ଅନ୍ୟାନ୍ୟ ପାର୍ଶ୍ଵ ଦେବାଦେବୀଙ୍କୁ ମଧ୍ୟ ଦର୍ଶନ କରିଛନ୍ତି।

ମହାପ୍ରଭୁଙ୍କୁ ଦର୍ଶନ କରି ସାରିବା ପରେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ କହିଥିଲେ, ଆଜି ମୋର ବଡ ସୌଭାଗ୍ୟ ଯେ ମୁଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଲାଭ କରିଛି। ମୋ ସହିତ ମୋର ଧର୍ମପତ୍ନୀ କୌଶଲ୍ୟା ସାଏ, ଝିଅ ସ୍ମୃତି ସାଏ ମଧ୍ୟ ଆସିଥିଲେ। ଆମ ଛତିଶଗଡ ରାଜ୍ୟବାସୀଙ୍କ ସୁଖ ସମୃଦ୍ଧି ଓ ମଙ୍ଗଳ କାମନା କଲି। ପୂର୍ବରୁ ପ୍ରଭୁ ଲିଙ୍ଗରାଜଙ୍କୁ ଆମେ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲୁ। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବହୁତ୍ ଗଭୀର ସମ୍ପର୍କ ରହିଛି। ଛତିଶଗଡ ଦେବଭୋଗରୁ ଶ୍ରୀଜଗନ୍ନାଥ ମନ୍ଦିରକୁ ଭୋଗ ପ୍ରସ୍ତୁତି ପାଇଁ ଚାଉଳ ମଧ୍ୟ ଆସିଥାଏ। ଛତିଶଗଡରେ ଅନେକ ଭବ୍ୟ ଜଗନ୍ନାଥ ମନ୍ଦିର ଥିବା ବେଳେ ବହୁତ୍ ଆଡ଼ମ୍ବରରେ ମହାପ୍ରଭୁ ଙ୍କ ରଥଯାତ୍ରା ପାଳନ ହୁଏ। ଉଭୟ ଛତିଶଗଡ ଓ ଓଡ଼ିଶାରେ ବିଜେପି ସରକାର ଅଛି। କେନ୍ଦ୍ର ରେ ବି ବିଜେପି ସରକାର ଅଛି। ଏଣୁ ଆଗାମୀ ଦିନରେ ନିଶ୍ଚିତ ଓଡ଼ିଶା ଓ ଛତିଶଗଡ ମଧ୍ୟରେ ଥିବା ମହାନଦୀ ଜଳ ବିବାଦ ପ୍ରସଙ୍ଗ ଖୁବ୍ ଶୀଘ୍ର ସମାଧାନ ହେବ ବୋଲି ଆମର ଆଶା ରହିଛି ବୋଲି ସେ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.