Latest Odisha News

BREAKING NEWS

Ken-Betwa Project: ମଧ୍ୟପ୍ରଦେଶ ପାନ୍ନା ଗାଁରେ ଅଭିନବ ପ୍ରତିବାଦ

ମଧ୍ୟପ୍ରଦେଶ: ପୁଣି ମଧ୍ୟପ୍ରଦେଶରେ ଫେରିଛି ଚିତା ଆନ୍ଦୋଳନ । ପାନ୍ନା ଗାଁରେ ଡ୍ୟାମ୍ ପ୍ରକଳ୍ପକୁ ବିରୋଧ । ବର୍ଷା ଓ ଜଳବନ୍ଦୀ ସ୍ଥିତି ସତ୍ୱେ ଲଗାତର ୨୦ ଦିନ ଧରି ଜାରି ରହିଛି ଆନ୍ଦୋଳନ । ମଧ୍ୟପ୍ରଦେଶରେ ବିସ୍ଥାପିତ ଆଦିବାସୀମାନଙ୍କ ଚିତା ଆନ୍ଦୋଳନ କଥା ତ ମନେ ଥିବା ଏବେ ପୁଣି କେନ୍‌-ବେଟବା ଡ୍ୟାମ୍ପ ପ୍ରକଳ୍ପକୁ ନେଇ ଅଭିନବ ପ୍ରତିବାଦ କରୁଛନ୍ତି ଲୋକ । ବର୍ଷା ଓ ଜଳବନ୍ଦୀ ଭିତରେ ରହି ଚିତା ଉପରେ ଶୋଇ ଓ ପାଣିରେ ଠିଆ ହୋଇ ଏପରି ପ୍ରତିବାଦ ୨୦ ଦିନ ହେବ ଜାରି ରହିଛି । ଲଠିଚାର୍ଜ ଓ ସରକାରୀ ଉଦାସୀନତା ସତ୍ୱେ ଆନ୍ଦୋଳନରୁ ଓହରିନାହାନ୍ତି ଆନ୍ଦୋଳନକାରୀ । ସାଧାରଣଲୋକଙ୍କ ବିରୋଧ ପ୍ରଦର୍ଶନରେ ଗତ ୪ଦିନ ଧରି ସାମିଲ ହୋଇଥିଲେ ଜୟ କିଶାନ ସଂଗଠନର ନେତା ତଥା କର୍ମୀ ଅମିତ ଭଟ୍ଟନାଗରଙ୍କୁ ପୋଲିସ ଉଠାଇନେଇଛିା ଏହି ସମୟରେ ଆନ୍ଦୋଳନକାରୀମାନେ ଚିତା, ଜଳ, ଶୂଳି, ମାଟି ଓ ଭୋକ ପରି ବିଭିନ୍ନ ଉପାୟରେ ସତ୍ୟାଗ୍ରହ କରୁଥିଲେ । ପାନ୍ନାର ମହିଳା ମାନଙ୍କ ସହ ଆନ୍ଦୋଳନକାରୀଙ୍କ ଉପରେ ଲାଠିଚାର୍ଜ କରି ଆନ୍ଦୋଳନକୁ ଦବାଇଦେବାକୁ ଉଦ୍ୟମ କରୁଥିବା ଭଟ୍ଟନାଗର ଅଭିଯୋଗ କରିଛନ୍ତି । ପୋଲିସ ସାଧା ପୋଷାକରେ ଲୋକଙ୍କୁ ନେଇ ମହିଳାଙ୍କ ସହ ଅସଦାଚରଣ ପାଇଁ କହୁଛି, ଘରେ ପଶିଯିବା ସହ ଲୋକଙ୍କ ଫୋନ ମଧ୍ୟ ନେଇଯାଉଥିବା ଭଟ୍ଟନାଗର ଅଭିଯୋଗ କରିଛନ୍ତି । ଗାଁରେ ପୋଲିସ ଭୟ ବି ଲାଗିରହିଛି । ଗାଁଲୋକ କିଛି କହିବାକୁ ଚେଷ୍ଟା କଲେ ପୋଲିସ ଲାଠିଚାର୍ଜ ଆରମ୍ଭ କରିଦେଉଛି । ଗଣତନ୍ତ୍ରର ହତ୍ୟା କରାଯାଉଛି । ଆମେ ଶାନ୍ତି ଶୃଙ୍ଖଳାରେ ଆନ୍ଦୋଳନ ବି କରିପାରିବୁ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ସେ । ରାଗରେ ଗାଁର ପ୍ରତିଘରୁ ବିଜୁଳି ଓ ପାଣି କନେକ୍ସନ କାଟି ଦିଆଯାଇଛି । ବ୍ରିଟିଶ ଶାସନ କାଳରେ ବି ଏମିତି ଅତ୍ୟାଚାର କରାଯାଉନଥିଲା ବୋଲି କହିଛନ୍ତି ଭଟ୍ଟନାଗର । ଜୁଲାଇରେ ହୋଇଥିବା ପ୍ରତିବାଦ ପରେ ବିସ୍ଥାପିତଙ୍କୁ ଘର ଏବଂ କ୍ଷତିପୂରଣ ପାଇଁ ପ୍ରତିଶ୍ରୁତି ମିଲିଥିଲା । ହେଲେ ପ୍ରତିଶ୍ରୁତି ପୂରଣ ହୋଇନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏହାବ୍ୟତୀତ ସେମାନଙ୍କ ଘର ଏବେ ପାଣି ଘେରରୋ ମଣ୍ଡଳିଆ, ଟାପରିଆ ଓ କୁଆରପୁର ସମେତ ଅନେକ ଗାଁରେ ଘର ଭିତରେ ୨ରୁ ୩ ଫୁଟ ପାଣି ପ୍ରବାହିତ ହେଉଛି । ସପଟେ ସରକାର ୧୨ଲକ୍ଷ ଟଙ୍କାର କ୍ଷତିପୂରଣ ପାଇଁ କହିଥିବା ବେଳେ ମାତ୍ର ୫ଲକ୍ଷ ଟଙ୍କା ମିଳିଛି । ସେପୁଣି ସବୁ ପରିବାରକୁ ମିଳିନାହିଁ । ନୂଆ ସର୍ଭେ କରାଯାଇ କ୍ଷତିପୂରଣ ଦିଆଯାଉ ବୋଲି ଭଟ୍ଟନାଗର ଦାବି କରିଛନ୍ତି ।

Leave A Reply

Your email address will not be published.