Latest Odisha News

BREAKING NEWS

Regularizes Junior Teachersr:ନିୟମିତ ହେଲେ କନିଷ୍ଠ ଶିକ୍ଷକ,ନିୟମିତକରଣ ୧ ଜାନୁଆରୀ…

ଭୁବନେଶ୍ବର:ସରକାରଙ୍କ ବଡ ଘୋଷଣା । ୨୦୨୩-୨୪ ଶିକ୍ଷାବର୍ଷରେ ନିୟୋଜିତ କନିଷ୍ଠ ଶିକ୍ଷକମାନଙ୍କୁ (ସ୍କିମାଟିକ୍)ନିୟମିତ ଘୋଷଣା କରିଛନ୍ତି ସରକାର। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଭାଗୀୟ ବିଜ୍ଞପ୍ତି ଅନୁସାରେ,ନିର୍ଦ୍ଧାରିତ ଯୋଗ୍ୟତା ଓ ସର୍ତ୍ତ ପୂରଣ କରୁଥିବା କନିଷ୍ଠ ଶିକ୍ଷକମାନଙ୍କୁ ଏଲିମେଣ୍ଟାରୀ କ୍ୟାଡରର LEVEL-V(A)ରେ ସହକାରୀ ଶିକ୍ଷକ ଭାବେ ନିୟମିତ କରାଯାଇଛି । ଏହା ଫଳରେ ଦୀର୍ଘଦିନ ଧରି ରେଗୁଲାର ନିଯୁକ୍ତିକୁ ଅପେକ୍ଷା କରିଥିବା କନିଷ୍ଠ ଶିକ୍ଷକମାନଙ୍କୁ ଆଶ୍ୱସ୍ତି ମିଳିଛି।

ଏହି ନିୟମିତକରଣ ୧ ଜାନୁଆରୀ ୨୦୨୬ରୁ ଲାଗୁ ହେବ । ଅର୍ଥାତ୍ ନିୟମିତ ହେବା ପରେ ଯୋଗ୍ୟ ଶିକ୍ଷକମାନେ ଉକ୍ତ ତାରିଖରୁ ନିୟମିତ ଦରମା ପାଇବାକୁ ଯୋଗ୍ୟ ହେବେ। ଏହା ସହ ନିୟମିତ କ୍ୟାଡରରେ ମିଳିବାକୁ ଥିବା ସୁବିଧା ଓ ସେବା ସମ୍ପର୍କିତ ବ୍ୟବସ୍ଥା ବିଭାଗୀୟ ନିୟମ ଅନୁସାରେ କାର୍ଯ୍ୟକାରୀ ହେବ। କନିଷ୍ଠ ଶିକ୍ଷକମାନଙ୍କ ରେଗୁଲାର ନେଇ ଦୀର୍ଘଦିନ ଧରି ଦାବି ହୋଇଆସୁଥିଲା । ତେବେ ପ୍ରାରମ୍ଭିକ ଯୋଗଦାନ ତାରିଖଠାରୁ ୩୧ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଜୁନିୟର ଶିକ୍ଷକମାନେ ଦେଇଥିବା ସେବାକୁ ସ୍କିମାଟିକ୍/କଣ୍ଟ୍ରାକ୍ଚୁଆଲ୍ ସେବା ଭାବେ ଗଣନା କରାଯିବ । ଏହି ଅବଧିକୁ ନିୟମିତ କ୍ୟାଡରର ସିନିୟରିଟି ପାଇଁ ଗଣନା କରାଯିବ ନାହିଁ ।

Leave A Reply

Your email address will not be published.