Latest Odisha News

BREAKING NEWS

Actress Nushrratt Injured: ଏୟାର ଆମ୍ବୁଲାନ୍ସରେ ବାଲିରୁ ଆସିବେ ମୁମ୍ବାଇ

ମୁମ୍ବାଇ: ରାମସେତୁ ଫେମ୍ ଅଭିନେତ୍ରୀ ନୁସରତ ଭାରୁଚା ଆହତ । ସୁଟିଂ ତଥା ହଲିଡେ ଟ୍ରିପ୍‌ରେ ବାଲି ଯାଇଥିବା ବେଳେ ଦୁର୍ଘଟଣାରେ ତାଙ୍କ ମେରୁଦଣ୍ଡରେ ଆଘାତ ଲାଗିଥିବା ସୂଚନା ମିଳିଛି । ଇଣ୍ଡୋନେସିଆର ଏକ ହସପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଖୁବଶୀଘ୍ର ତାଙ୍କୁ ଏୟାର ଆମ୍ବୁଲାନ୍ସରେ ମୁମ୍ବାଇ ଅଣାଯିବ ଏବଂ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କର ଅପରେସନ ହେବ ବୋଲି ସୂଚନା ମିଳିଛି । ତେବେ ଦୁର୍ଘଟଣାରେ ତାଙ୍କ ମେରୁଦଣ୍ଡ ଭାଙ୍ଗିଥିବା ସୂଚନା ମିଳିଛି । ବାଲିରେ ଡାକ୍ତରୀ ଟିମ୍‌ଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ଅଛନ୍ତି ନୁସରତ । ଏବେ ଇଣ୍ଡୋନେସିଆର ଏକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ବାଲିରେ ଥିବା ବେଳେ ନୁସରତଙ୍କ ଦୁର୍ଘଟଣା ହୋଇଥିଲା । ଏହାଦ୍ୱାରା ଆଗାମୀ କିଛି ଦିନ ପାଇଁ ଅଭିନେତ୍ରୀ ନୁସରତଙ୍କ ଫ୍ରିଲ୍ମକୁ ନେଇ ଥିବା କମିଟମେଂଟ ବିଗିଡିପାରେ । ୨୦୦୬ରେ ଜୟ ସନ୍ତୋଷୀ ମା’ରୁ ନିଜ ଫିଲ୍ମି କ୍ୟାରିୟର ଆରମ୍ଭ କରିଥିଲେ ନୁସରତ । ତାପରେ ଲଭ୍ ସେକ୍ସ ଧୋକ୍କା ଓ ପ୍ୟାର କା ପଂଚନାମାରୁ ଲୋକଲୋଚନକୁ ଆସିଥିଲେ ନୁସରତ୍ । ଡ୍ରିମ୍ ଗାର୍ଲ, ରାମ ସେତୁ, ଛଲାଙ୍ଗ୍ , ସେଲଫି, ଅକେଲି ପରି ଫିଲ୍ମରେ ନଜର ଆସିଛନ୍ତି ନୁସରତ୍ । ଟାଇଗର ସ୍ରଫ୍‌ଙ୍କ ସହ ଏକ ଆକ୍ସନ ଫିଲ୍ମରେ ଆଗକୁ ନଜର ଆସିବେ ନୁସରତ୍ । ଫିଲ୍ମକୁ ନିର୍ଦ୍ଦେଶନା ଦେଉଛନ୍ତି କୋରିଓଗ୍ରାଫର୍ କମ୍ ନିର୍ଦ୍ଦେଶକ ରେମୋ ଡିସୋଜା ।

Leave A Reply

Your email address will not be published.