Latest Odisha News

BREAKING NEWS

ଟ୍ରାକ୍ ରକ୍ଷଣାବେକ୍ଷଣ ଯାଞ୍ଚ ବେଳେ ଧକ୍କା ଦେଲା ଟ୍ରେନ୍;ଚାଲିଗଲା ଟ୍ରାକ୍ ମ୍ୟାନଙ୍କ ଜୀବନ

ଛତ୍ରପୁର:ଟ୍ରାକ୍ ରକ୍ଷଣାବେକ୍ଷଣ ଯାଞ୍ଚ ବେଳେ ଟ୍ରେନ୍ ଧକ୍କାରେ ଟ୍ରାକ୍ ମ୍ୟାନ୍‌ଙ୍କ ମୃତ୍ୟୁ ଘଟିଛି । ମୃତକ ଖଲ୍ଲିକୋଟ ଅଞ୍ଚଳର କେ.ଗୋବିନ୍ଦ ପାତ୍ର ।

ଘଟଣା ଅନୁସାରେ,ଶୁକ୍ରବାର ଦିନ ୧୦ଟା ସମୟରେ ଛତ୍ରପୁର ନିକଟସ୍ଥ ପୋଡାପଦର ରେଳ ଲାଇନରେ କିଛି ଟ୍ରାକ୍ ମ୍ୟାନ୍ ରେଳ ଟ୍ରାକ୍ ରକ୍ଷଣାବେକ୍ଷଣ ଯାଞ୍ଚ କରୁଥିବା ବେଳେ ଗୋବିନ୍ଦଙ୍କୁ ଇଣ୍ଟରସିଟି ଟ୍ରେନ୍ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ରେଳ ଟ୍ରାକ୍ ରକ୍ଷଣାବେକ୍ଷଣ କାମ ଚାଲିଥିବା ସମୟରେ ଘଟିଛି ଏଭଳି ଅଭାବନୀୟ ଦୁର୍ଘଟଣା ।

ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ହସ୍ପିଟାଲକୁ ପଠାଯାଇଛି ।

Leave A Reply

Your email address will not be published.