Latest Odisha News

BREAKING NEWS

ଆକ୍ସନ ମୋଡରେ କମିଶନରେଟ୍ ପୋଲିସ, ଦୁଷ୍କର୍ମ ଅଭିଯୁକ୍ତକୁ ଏନକାଉଂଟର

ଭୁବନେଶ୍ୱର: ଭୁବନେଶ୍ୱର: ରାଜଧାନୀର ଅପରାଧୀ ସାବଧାନ୍ । ଆକ୍ସନମୋଡରେ କମିଶନରେଟ୍ ପୋଲିସ । ଅପରାଧ କରିବାରୁ ଦୂରେଇ ରୁହନ୍ତୁ , ନଚେତ୍ ଖୋଜି ଖୋଜି ପୋଲିସ ଏଣିକି କରିବ ଅନସ୍ପଟ୍ ଫୈସଲା । ୩ଦିନ ତଳର ଦୁଷ୍କର୍ମ ମାମଲାକୁ ଏନକାଉଂଟରରେ ସାରିଲା ରାଜଧାନୀର ପୋଲିସ ଟିମ୍ । ନୟାପଲ୍ଲୀ ଅଂଚଳରେ ଘରେ ଏକା ଥିବା ସମୟରେ ମହିଳାଙ୍କୁ ବନ୍ଧୁକ ମୁନରେ ଦୁଷ୍କମ ର୍ କରିଥିବା ଅଭିଯୋଗରେ ପୋଲିସ ଅଭିଯୁକ୍ତ ସନ୍ତୋଷ ଓରଫ ଶ୍ରୀଧର ପଣ୍ଡାକୁ ଏନକାଉଂଟର କରିଛି । ଗଂଜାମ ଜଗନ୍ନାଥ ପ୍ରସାଦର ୨୪ ବର୍ଷୀୟ ସନ୍ତୋଷ ମଂଚେଶ୍ୱର ଥାନା ଅଧିକ ଚକେଇଶିଆଣିରେ ରହୁଥିଲା । ପୂର୍ବରୁ ମୋବାଇଲ ଚୋରୀ କେସରେ ଜେଲ୍ ଯାଇସାରିଛି ଏହି ଅପରାଧୀ । ପାଖାପାଖି ୩୦୦ରୁ ଅଧିକ ସିସିଟିଭି ଯାଂଚ ପରେ ସ୍ୱତନ୍ତ୍ର ସ୍କ୍ୱାର୍ଡ ତାକୁ ଠାବ କରିଥିଲେ । ୩ଦିନ ଧରି ପୋଲିସ ଶ୍ରୀଧରର ଫୋନ୍ ଟ୍ରାକ୍ ହେଉଥିଲା, ଖବରୀ ସବୁଆଡେ ବିଛେଇ ହୋଇଥିଲେ । ପରିବାର, ତାର ଖଟି ସ୍ଥାନ ସବୁଠି ହେଉଥିଲା ତନ୍ନତନ୍ନ ଯାଂଚ୍ । ଶେଷରେ ଆଜି ପୋଲିସ ଶ୍ରୀଧରର ପତ୍ତା ପାଇ ଚନ୍ଦକା ଅଂଚଳରେ ମାଡିବସିବାକୁ ଉଦ୍ୟମ ବେଳେ ଏକ ଧାରୁଆ ସ୍କ୍ରୁ-ଡ୍ରାଇଭରରେ ପୋଲିସ ଉପରକୁ ଆକ୍ରମଣ କରି ଖସିିଯିବାକୁ ଉଦ୍ୟମ କରୁଥିଲା ଅଭିଯୁକ୍ତ ଶ୍ରୀଧର । ସେଲ୍ଫ ଡିଫେନ୍ସରେ ପୋଲିସ ଶ୍ରୀଧର ଉପରକୁ ଦୁଇ ରାଉଣ୍ଡ ଗୁଳି ଚଲାଇଥିଲା । ଗୋଟିଏ ଗୁଳି ତାର ଡାହାଣ ଗୋଡରେ ବାଜିଥିଲା । ଫଳରେ ସେ ଆଉ ଖସି ଯାଇପାରିଲାନାହିଁ । ଶ୍ରୀଧରକୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭତ୍ତି ର୍ କରାଯାଇଛି । ସ୍ୱାସ୍ଥ୍ୟବସ୍ଥା ଯାଂଚ ପରେ ପରବତ୍ତୀ ର୍ ପଦକ୍ଷେପ ନେବ ପୋଲିସ । ନୟାପଲ୍ଲୀଥାନା ବେହେରା ସାହି ଅଂଚଳରେ ବଡ ଭଉଣୀଙ୍କ ସହ ରହୁଥିଲେ ପୀଡିତା । ବୁଧବାର ରାତିରେ ଭଉଣୀ ଘରେ ନଥିବା ବେଳେ ମୁଖାପିନ୍ଧି ଘରେ ପଶିବା ସହ ବନ୍ଧୁକ ଦେଖାଇ ଚୁପ୍ ରହିବାକୁ ଧମକାଇଥିଲା । ପରେ ପୀଡିତାଙ୍କ ମୁହଁକୁ ଓଢଣୀରେ ବାନ୍ଧି ଦୁଷ୍କର୍ମ କରିଥବା ଅଭିଯୋଗ ହୋଇଥିଲା । ପରେ ଘରୁ ଫେରାର ହେବା ବେଳେ ବାହାରୁ କବାଟ ବନ୍ଦ କରି ପଳାଇଥିଲା ଶ୍ରୀଧର । ସିସିଟିଭି ଫୁଟେଜ୍ ଏବଂ ସମସ୍ତ ଦିଗରୁ ତଦନ୍ତ କରି ଘଟଣାର ୩ଦିନ ପରେ ପୋଲିସ ପଂଝାରେ ଅଭିୟୁକ୍ତ । ଘଟଣାରେ ମହିଳା କମିଶନ ମଧ୍ୟ ଡିସିପିଙ୍କୁ ରିପୋର୍ଟ ତଲବ କରିଥିଲେ । ଶୀଘ୍ର ଅଭିଯୁକ୍ତକୁ ଧରିବାକୁ ବିରୋଧୀ ଦଳ ମଧ୍ୟ ନୟାପଲ୍ଲୀ ଥାନା ପୋଲିସଙ୍କୁ ଭେଟିଥିଲେ । ଶେଷରେ ଅଭିଯୁକ୍ତ ଶ୍ରୀଧରକୁ ଧରିବାରେ ସଫଳ ହୋଇଛି କମିଶନରେଟ୍ ପୋଲିସ । ତାର ସ୍ୱାସ୍ଥ୍ୟବସ୍ଥା ସ୍ଥିର ହେବା ପରେ ପଚରାଉଚରାରୁ ଅଧିକ ତଥ୍ୟ ହାସଲ ହୋଇପାରିବ ।

Leave A Reply

Your email address will not be published.