Latest Odisha News

BREAKING NEWS

ଅଭିଜିତ୍ ଦୀପକେଙ୍କ ଜେଜେ ମା’ଙ୍କ ଦେହାନ୍ତ, ଏଭଳି କହିଲା ଦିଲ୍ଲୀ ପୋଲିସ…

ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ୍ ଦୀପକେଙ୍କ ଗିରଫଦାରୀ ପରେ ତାଙ୍କ ପରିବାର ଶୋକରେ ବୁଡ଼ି ଯାଇଛି।

ଅଭିଜିତ୍ ଦୀପକେଙ୍କ ଅଟକ ପରେ ତାଙ୍କ ପରିବାରରୁ ଦୁଃଖଦ ଖବର ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଭିଜିତ୍ ଦୀପକେଙ୍କ ଜେଜେମା’ଙ୍କ ଦେହାନ୍ତ ହୋଇଛି। ତାଙ୍କ ଜେଜେମା’ ସାବିତ୍ରୀବାଇ ଶଙ୍କର ଦୀପକେ, ଯିଏ ମହାରାଷ୍ଟ୍ରର ହିଙ୍ଗୋଲି ଜିଲ୍ଲାରେ ରହୁଥିଲେ। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲା ବେଳେ ୮୦ ବର୍ଷ ବୟସରେ ମୃତ୍ୟୁ ବରଣ କରିଚନ୍ତି।

ରିପୋର୍ଟ ଅନୁଯାୟୀ, ଅଭିଜିତ୍ ଙ୍କ ଜେଜେମା’ ସାବିତ୍ରୀବାଇ ଶଙ୍କର ଦୀପକେ ବହୁତ ଦିନ ଧରି ଅସୁସ୍ଥ ଥିଲେ। ସେ ତାଙ୍କ ପୈତୃକ ଗ୍ରାମ ସାନ୍ତୁକ ପିମ୍ପରିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ଦୀପକେଙ୍କ ଜେଜେମା’ଙ୍କ ମୃତ୍ୟୁ ପରେ ଦିଲ୍ଲୀ ପୋଲିସ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଥିଲା। ଯେଉଁଥିରେ କୁହାଯାଇଛି ଯେ CJP ପ୍ରତିଷ୍ଠାତାଙ୍କୁ ତାଙ୍କ ଜେଜେମା’ଙ୍କ ଦେହାନ୍ତ ବିଷୟରେ ସୂଚନା ଦିଆଯାଇଛି। ପୋଲିସ କହିଛି ଯେ ଘରକୁ ଯିବାର ନିଷ୍ପତ୍ତି ସମ୍ପୂର୍ଣ୍ଣ ତାଙ୍କ ଉପରେ ନିର୍ଭର କରେ। “ଏବେ ଏହା ତାଙ୍କ ଉପରେ ନିର୍ଭର କରେ ଯେ ସେ ଏଠାରେ ଅଟକ ରଖି ସେମାନଙ୍କର ପ୍ରତିବାଦ ଜାରି ରଖିବାକୁ ଚାହାଁନ୍ତି କି ଅନ୍ତିମ ସତ୍କାର ପାଇଁ ଫେରିବାକୁ ଚାହାଁନ୍ତି।”

ଉଲ୍ଲେଖଯୋଗ୍ୟ ଯେ ଜନ୍ତର ମନ୍ତରରେ ପ୍ରତିବାଦରେ ଯୋଗଦେବା ପାଇଁ ଶନିବାର ମୁମ୍ବାଇରୁ ଦିଲ୍ଲୀ ଆସିଥିବା ଅଭିଜିତ ଦୀପକେଙ୍କୁ ବିମାନବନ୍ଦରରେ ହିଁ ବରିଷ୍ଠ ପୋଲିସ ଅଧିକାରୀ ମାନେ ଅଟକ ରଖିଥିଲେ। ଦୀପକେଙ୍କ ସହିତ ଆଶୁତୋଷ ରାଙ୍କା ଏବଂ ସୌରଭ ଦାସଙ୍କୁ ମଧ୍ୟ ଅଟକ ରଖାଯାଇଥିଲା। ବିମାନଟି ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବା ମାତ୍ରେ ପୋଲିସ ବିମାନ ଭିତରକୁ ପ୍ରବେଶ କରି ତିନି ଜଣଙ୍କୁ ଅଟକ ରଖିଥିଲା।

ଅପରପକ୍ଷରେ ଦିଲ୍ଲୀ ପୋଲିସ ଜନ୍ତର ମନ୍ତରରେ CJP ର ପ୍ରତିବାଦ ପାଇଁ ଅନୁମତି ଦେବାକୁ ମନା କରିଥିଲା କିନ୍ତୁ CJP ନେତାମାନେ ତଥାପି ପ୍ରଦର୍ଶନ ପାଇଁ ଡାକରା ଦେଇଥିଲେ। ଫଳରେ ଆଜି ସକାଳେ କନଟ୍ ପ୍ଲେସ୍ ଅଞ୍ଚଳରେ ବିକ୍ଷୋଭକାରୀ ଙ୍କ ଭିଡ଼ ଜମା ହେବା ଆରମ୍ଭ ହୋଇଥିଲା। ଯାହା ପରେ ପୋଲିସ ବଳପୂର୍ବକ ପ୍ରତିବାଦକାରୀମାନଙ୍କୁ ଅଟକ ରଖିଥିଲା।

 

Leave A Reply

Your email address will not be published.