Latest Odisha News

BREAKING NEWS

ବିସ୍କୁଟରେ ମିଶୁଛି ଚୋକଡ, କ୍ଷୀରରେ ଡ଼ିଟରଜେଣ୍ଟ; ଏଫଏସଏସଏଆଇ ବଡ଼ କାର୍ଯ୍ୟାନୁଷ୍ଠାନ…

ନୂଆଦିଲ୍ଲୀ: ଖାଦ୍ୟ ସୁରକ୍ଷା ନିୟମ ଉଲ୍ଲଂଘନ କରୁଥିବା ଅଭିଯୋଗରେ ପ୍ରିୟାଗୋଲ୍ଡ ବିସ୍କୁଟ ପ୍ରସ୍ତୁତ କରୁଥିବା କମ୍ପାନୀ ‘ସୂର୍ଯ୍ୟ ଫୁଡ୍ ଆଣ୍ଡ ଏଗ୍ରୋ’ ଲିମିଟେଡ୍ ବିରୋଧରେ ଏଫଏସଏସଏଆଇ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହା ସହ ଡ଼ୋଡ଼ଲା ଡ଼ାଏରୀ ଏବଂ ୟୁଇଆଇଆର ଅର୍ଗାନିକ ଫୁଡ୍ସ ଭଳି ବ୍ରାଣ୍ଡ ବିରୋଧରେ ମଧ୍ୟ ଅପରାଧିକ ମାମଲା ରୁଜୁ ହୋଇଛି ।

ରିପୋର୍ଟ ଅନୁସାରେ, ପ୍ରିୟାଗୋଲ୍ଡ ବିସ୍କୁଟ ଉତ୍ପାଦନରେ ମଣିଷ ବ୍ୟବହାର ବଦଳରେ ପଶୁ ଖାଦ୍ୟ ପାଇଁ ଉଦ୍ଦିଷ୍ଟ ଗୋରୁ ଖାଉଥିବା ଚୋକଡ଼, କ୍ଷୀରରେ ମାରାତ୍ମକ କଷ୍ଟିକ ସୋଡ଼ା ଓ କିସମିସରେ ବିଷାକ୍ତ କୀଟନାଶ ମିଳିବା ପରେ ଏହି ଆକ୍ସନ ନିଆଯାଇଛି । ଏହା ସହିତ କାରଖାନାରେ ଅତ୍ୟଧିକ ଅପରିଷ୍କାର ପରିବେଶ ଦେଖିବାକୁ ମିଳିଥିଲା। ଏହି ସବୁ ମିଶ୍ରଣ ଖାଇବା ଦ୍ୱାରା ପେଟରେ ଫଙ୍ଗଲ୍ ଇନଫେକସନ ଓ ମାୟକୋଟକ୍ସିନ ଜନିତ ଗୁରୁତର ରୋଗ ହୋଇପାରେ ।

ଏଫଏସଏସଏଆଇ କହିଛି ଯେ, ଯାଞ୍ଚ ସମୟରେ ଗୁରୁତର ଅନିୟମିତତା ଦେଖାଯିବାରୁୁ କମ୍ପାନୀର ଲାଇସେନ୍ସ ସ୍ଥଗିତ କରାଯାଇଛି। ଏହା ସହ ନିୟମ ଉଲ୍ଲଂଘନ ପାଇଁ ‘ସୂର୍ଯ୍ୟ ଫୁଡ୍ ଆଣ୍ଡ ଏଗ୍ରୋ’ ଲିମିଟେଡ୍ ବିରୋଧରେ ମାମଲା ରୁଜୁ ହୋଇଛି ।

ସେହିଭଳି ଡ଼ୋଡ଼ଲା ଡ଼ାଏରୀର ‘ଫୁଲ୍ କ୍ରିମ କ୍ଷୀର’ର ନମୁନା ଯାଞ୍ଚରୁ କ୍ଷୀରରେ ଡ଼ିଟରଜେଣ୍ଟ(ସାବୁନ ଗୁଣ୍ଡ) ଏବଂ କଷ୍ଟିକ ସୋଡ଼ା ମିଶାଯାଇଛି। ଏହା ପାଇଁ ଡୋଡଲା ଡେରୀ ଲିମିଟେଡ୍ ବିରୁଦ୍ଧରେ ମାମଲା ରୁଜୁ ହୋଇଛି। ଲାବୋରେଟୋରୀରେ ଯାଞ୍ଚ ବେଳେ କ୍ଷୀରରେ ଡ଼ିଟରଜେଣ୍ଟ (ସାବୁନ ଗୁଣ୍ଡ) ଏବଂ କଷ୍ଟିକ ସୋଡ଼ା ମିଶାଯାଇଥିବା ଅଧିକାରୀମାନେ ଜାଣିବାକୁ ପାଇଥିଲେ ।

ଏହାସହ ଏଫଏସ୍‌ଏସ୍‌ଏଆଇ ଅର୍ଗାନିକ୍ ଫୁଡ୍ସ ପ୍ରାଇଭେଟ୍ ଲିମିଟେଡ୍ ବିରୁଦ୍ଧରେ ମଧ୍ୟ ମାମଲା ରୁଜୁ କରିଛି। ଏହି କମ୍ପାନୀ ‘ୟଲୋ ରେଜିନ୍ସ’ ବା ହଳଦିଆ କିସମିସରେ ଆବଶ୍ୟକତା ଠାରୁ ବହୁମାତ୍ରାରେ କୀଟନାଶକ ବ୍ୟବହାର କରିଥିବା ଏଫଏସ୍‌ଏସ୍‌ଏଆଇ ଜାଣିବାକୁ ପାଇଥିଲା।

ଏଫଏସଏସଏଆଇ ଏନେଇ ସୋସିଆଲ୍ ମିଡ଼ିଆରେ ଏକ ପୋଷ୍ଟ କରି ଏହି ତିନୋଟି କମ୍ପାନୀ ବିରୋଧରେ ଖାଦ୍ୟ ସୁରକ୍ଷା ନିୟମର ଗୁରୁତର ଉଲ୍ଲଂଘନ ନେଇ ଆଇନଗତ ପଦକ୍ଷେପ ଆରମ୍ଭ ହୋଇଥିବା କହିଛି ।

 

Leave A Reply

Your email address will not be published.