Latest Odisha News

BREAKING NEWS

ରାଜଧାନୀରେ ଦୁର୍ଗାପୂଜା ଭସାଣୀରେ ବାଜିବନି DJ

ଭୁବନେଶ୍ୱର: ଭୁବନେଶ୍ୱରରେ ଦୁର୍ଗାପୂଜା ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସମୟରେ ଡିଜେ ଯାନଗୁଡ଼ିକୁ ଅନୁମତି ଦିଆଯିବ ନାହିଁ। ଏନେଇ କମିଶନରେଟ୍ ପୋଲିସ ମଙ୍ଗଳବାର ଘୋଷଣା କରିଛି।

କଟକଣାକୁ କଡ଼ାକଡ଼ି ଲାଗୁ କରାଯିବ ଏବଂ କଟକଣା ଉଲ୍ଲଂଘନ କରୁଥିବା ଲୋକଙ୍କ ବିରୁଦ୍ଧରେ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଭୁବନେଶ୍ୱର ଡେପୁଟି ପୋଲିସ କମିଶନର (ଡିସିପି) ସରବଣ ବିବେକ ଏମ୍ କହିଛନ୍ତି।

ବିସର୍ଜନ ଶୋଭାଯାତ୍ରା ଶାନ୍ତିପୂର୍ଣ୍ଣ ଭାବରେ ଏବଂ ଆଇନ ଶୃଙ୍ଖଳାକୁ ବିପର୍ଯ୍ୟସ୍ତ ନକରି ସୁରୁଖୁରୁରେ କାର୍ଯ୍ୟକ୍ରମ କରିବା ଏହି କଟକଣାର ଲକ୍ଷ୍ୟ ରହିଛି।

ସେହିପରି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ରାତି ୧୦ଟା ପରେ ଉଚ୍ଚ ସ୍ୱରରେ ସଂଗୀତ ବଜାଇବା ମଧ୍ୟ ନିଷେଧ କରାଯାଇଛି ବୋଲି ସେ କହିଛନ୍ତି। ଅପରପକ୍ଷରେ ବିସର୍ଜନ ଶୋଭାଯାତ୍ରା ସମୟରେ ଭିଡ଼ ପରିଚାଳନା ଏବଂ ସୁରକ୍ଷା ବଜାୟ ରଖିବା ପାଇଁ ରାଜଧାନୀ ସହରରେ ୪୮ ପ୍ଲାଟୁନ୍ ପୋଲିସ କର୍ମଚାରୀ ମୁତୟନ କରାଯିବ।

Leave A Reply

Your email address will not be published.