Latest Odisha News

BREAKING NEWS

ଅଭିନେତା ଟାଇଗର ଶ୍ରଫଙ୍କୁ ଗୁଳିମାଡ; ୨ ମହିଳାଙ୍କ ସମେତ ୪ ଗିରଫ

ନୂଆଦିଲ୍ଲୀ: ଅଭିନେତା ଟାଇଗର ଶ୍ରଫଙ୍କ କାର ଉପରେ ଗୁଳିମାଡ଼ ଘଟଣାରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସେମାନଙ୍କୁ କୋର୍ଟରେ ହାଜର କରାଯାଇ ଟ୍ରାଞ୍ଜିଟ୍ ରିମାଣ୍ଡରେ ମୁମ୍ବାଇ ପୋଲିସକୁ ହସ୍ତାନ୍ତର କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ କୁନାଲ, ସୁମିତ, ରାଧା, ଏବଂ ବବିତା।

ଜଣେ ପୋଲିସ ଅଧିକାରୀଙ୍କ ଅନୁଯାୟୀ, ଜେଲରୁ ଜାମିନରେ ନିକଟରେ ମୁକ୍ତ ହୋଇଥିବା କୁନାଲ, ହରସାନା ଗ୍ରାମର ଜଣେ ବନ୍ଧୁଙ୍କ ମାଧ୍ୟମରେ ଅନିଲ ପଣ୍ଡିତଙ୍କୁ ଭେଟିଥିଲେ, ଯାହା ପରେ ଦୁହେଁ ଏକ ଏନକ୍ରିପ୍ଟେଡ୍ ଆପ୍ ମାଧ୍ୟମରେ ଯୋଗାଯୋଗ କରିବା ଆରମ୍ଭ କରିଥିଲେ।

ଅନିଲ ପଣ୍ଡିତଙ୍କ ନିର୍ଦ୍ଦେଶରେ କୁନାଲ, ସୁମିତଙ୍କ ସହିତ ଅମୃତସରରୁ ଏକ ପିସ୍ତଲ ଏବଂ ୨୦ କାର୍ଟ୍ରିଜ୍ ସଂଗ୍ରହ କରିଥିଲେ। ଦୁଇ ମାସ ପୂର୍ବରୁ କୁନାଲ, ରାଧାଙ୍କୁ ଭେଟିଥିଲେ। ସେ ତାଙ୍କ କାର୍ଯ୍ୟକଳାପ ବିଷୟରେ କହି ସମ୍ପର୍କ ସ୍ଥାପନ କରିଥିଲେ। ପରେ ହତିଆର ସହିତ ମୁମ୍ବାଇ ଯିବାକୁ ରାଜି କରାଇଥିଲା।

ଗୁଳିମାଡ଼ ପରେ ଦୁଇ ମହିଳା ଦିଲ୍ଲୀ ଫେରୁଥିବା ସମୟରେ ଅକ୍ଟୋବର ୨୦ ତାରିଖରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ସେମାନଙ୍କୁ ଗିରଫ କରାଯାଇଥିଲା। ପରେ କୁନାଲ ଏବଂ ସୁମିତଙ୍କୁ ସୋନିପତରେ ଗିରଫ କରାଯାଇଥିଲା।

ପୂର୍ବରୁ ରାଜସ୍ଥାନର କୋଟା ରେଳ ଷ୍ଟେସନରୁ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ଏବଂ ମୁମ୍ବାଇ ପୋଲିସ ସେମାନଙ୍କୁ ପଚରାଉଚରା କରୁଛି। ପୋଲିସ ଅନିଲ ପଣ୍ଡିତଙ୍କ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ସହିତ ସମ୍ପର୍କ ଏବଂ ଗୁଳିମାଡ ପଛର କାରଣ ନେଇ ତଦନ୍ତ କରୁଛି।

 

Leave A Reply

Your email address will not be published.