Latest Odisha News

BREAKING NEWS

‘ଥାର୍‌’ ପାଇଁ ମାରଧର୍‌, କାର୍ କିଣିବା କଥାରୁ ସ୍ତ୍ରୀକୁ ଘୋଷାଡି ପିଟିଲା ସ୍ୱାମୀ

ଲୁଧିଆନା: ଗାଡି କିଣା କଥାରୁ ଘୋଷାଡି ମାରିଲେ । ଚୁଟି ଭିଡି, ତଳେ ପକାଇ ଦେଲେ ଗୋଇଠା ବିଧା । ଏ ଅଭାବନୀୟ ଘଟଣା ପଂଜାବ ଲୁଧିଆନାର । ସ୍ୱାମୀ ତାଙ୍କୁ ଶାରିରୀକ ନିର୍ଯାତନା ଦେଉଥିବା ନେଇ ଜଗତପୁରୀ ଥାନାରେ ଏତଲା ଦେଇଛନ୍ତି ଜଣେ ୨୮ ବର୍ଷୀୟ ମହିଳା । ସାମାନ୍ୟ କାର୍ କିଣିବା କଥାରୁ ଉତ୍ୟକ୍ତ ସ୍ୱାମୀ ଚୁଟି ଘୋଷାଡି ତଳେ ପକାଇ ଗୋଇଠା ମାରୁଥିବାର ଅଭିଯୋଗ କରିଛନ୍ତି ସ୍ତ୍ରୀ । ସୂଚନା ଅନୁସାରେ ଲୁଧିଆନା ଜଗତପୁରୀ ଅଂଚଳରେ ରହୁଥିବା ୨୮ ବର୍ଷୀୟ ଟୁଇଙ୍କିଲ୍ ସମରାଳ ଛକରେ ସେଲୁନ୍ ଚଲାନ୍ତି । ସ୍ୱାମୀ ତାଙ୍କୁ ବାରମ୍ବାର ଏକ ଥାର୍ କାର୍ କିଣିବାକୁ ଦାବି କରୁଥିଲେ । ପରେ ଏକ ମୋଟରସାଇକେଲ୍ ପାଇଁ କହୁଥିଲେ । ସ୍ୱାମୀଙ୍କ ଠାରୁ ଟୁଇଙ୍କିଲ ଅଧିକ ରୋଜଗାର କରୁଛନ୍ତି କହି କାର୍ ଏବଂ ବାଇକ୍ କିଣିବାକୁ କହିଥିଲେ । ଏହି କଥାରୁ ଉଭୟଙ୍କ ମଧ୍ୟରେ ଝଗଡା ଉଗ୍ରରୂପ ନେଇଥିଲେ । ପରେ ଘରୁ ଟାଣିଆଣି ଚୁଟି ଘୋଷାଡି ରାସ୍ତାରେ ପକାଇ ଗୋଇଠା ବିଧା ମାରୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଯାହା ପ୍ରମାଣ ସ୍ୱରୂପ ପୋଲିସ ଜିମା ଦେଇଛନ୍ତି ଟୁଇଙ୍କିଲ । ଏମିତିକି ନିଜ ଜୀବନ ବଂଚାଇବାକୁ ଟୁଇଙ୍କିଲ ଯେତେବେଳେ ପଡୋଶୀଙ୍କ ସହାୟତା ନେବାକୁ ଚେଷ୍ଟା କରିଛନ୍ତି ସେତେବେଳେ ସ୍ୱାମୀ ଆହୁରି ରାଗିଯାଇ ଭୀଷଣ ପିଟିଥିବା ଅଭିଯୋଗ କରିଛନ୍ତି ସ୍ତ୍ରୀ ।

ସୂଚନା ଅନୁସାରେ ୨୦୨୫ ନଭେମ୍ବରରେ ଉଭୟଙ୍କ ବିବାହ ହୋଇଥିଲା । ପୂର୍ବ ବିବାହରୁ ଟୁଇଙ୍କିଲଙ୍କର ଏକ ୭ ବର୍ଷର ପୁତ୍ର ସନ୍ତାନ ମଧ୍ୟ ଅଛନ୍ତି । ପୂର୍ବରୁ କାର୍ କିଣିବାର ଦାବି ମଧ୍ୟସ୍ତି ତୁଟାଇଦେଇଥିବା ବେଲେ ଏବେ ମୋଟରସାଇକେଲ୍ କିଣିବାର ଡିମାଣ୍ଡ ଦିନକୁ ଦିନ ବଢିଥିଲା । କେସ୍ ରେଜିଷ୍ଟର ହୋଇଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି ।

 

Leave A Reply

Your email address will not be published.