ଜଗତସିଂହପୁର: ତିର୍ତ୍ତୋଲ ପୋଲିସର ବଡ଼ ଧରଣର ଚଢ଼ାଉ । ଜଗତସିଂହପୁର ଜିଲ୍ଲା ସଁଅରା ଛକ ନିକଟରେ ଥିବା ଏକ ରଙ୍ଗ ଦୋକାନ ଆଢୁଆଳରେ ଚାଲିଥିଲା ବେଆଇନ ବାଣ କାରବାର । ସେଠାରୁ ତିର୍ତ୍ତୋଲ ପୋଲିସ ଜବତ କରିଛି ପ୍ରାୟ ୧୫ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବାଣ ଓ ବାରୁଦ । ଘଟଣାରେ ପୋଲିସ ମୁଖ୍ୟ ବ୍ୟବସାୟୀ ରମେଶ ପୃଷ୍ଟିଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ଖବରମୁତାବକ, ସଁଅରା ଛକର ଏକ ଦୋକାନ ସାମନାରେ ରଙ୍ଗ ବିକ୍ରି ହେଉଥିବା ବେଳେ, ପଛପଟ ଗୋଦାମରେ ଗଚ୍ଛିତ ହୋଇ ରହିଥିଲା ବିପୁଳ ପରିମାଣର ବାଣ । ଖବରପାଇ ପୋଲିସ ସେଠାରେ ଚଢଉ କରି ଏସବୁ ଜବତ କରିଛି ।

Comments are closed.