Latest Odisha News

BREAKING NEWS

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଲଗାତାର ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିବେ ଆମ୍ ଆଦମୀ ପାର୍ଟି (ଆପ)ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ।

ମୁଖ୍ୟମନ୍ତ୍ରୀଙ୍କ ସମେତ ମନୀଷ ସିସୋଡିଆ, ସତ୍ୟେନ୍ଦ୍ର ଜୈନ, ଗୋପାଳ ରାୟ, କୈଳାଶ ଗହଲୋତ, ଇମ୍ରାନ ହୁସେନ ଓ ରାଜେନ୍ଦ୍ର ପାଲ ଗୌତମ ମଧ୍ୟ ମନ୍ତ୍ରୀ ପଦର ଶପଥ ନେବେ ବୋଲି ସୂଚନା ମିଳିଛି ।

ଦିଲ୍ଲୀର ରାମଲୀଳା ମଇଦାନରେ କେଜ୍ରିୱାଲ ଶପଥ ଗ୍ରହଣ କରିବାକୁ ଥିବାବେଳେ,ଶପଥ ଗ୍ରହଣ କାର୍ଯ୍ୟକ୍ରମ ଦିନ ୧୨ଟାରୁ ଆରମ୍ଭ ହେବା ନେଇ ଜଣାପଡିଛି ।

ପ୍ରଚଣ୍ଡ ବହୁମତ ସହ ନିକଟରେ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ।

Leave A Reply

Your email address will not be published.