Latest Odisha News

BREAKING NEWS

‘ସାଇ ଇଣ୍ଟରନ୍ୟାସନାଲ ସ୍କୁଲ’ରେ ଜୁନିଅର କନଫ୍ଲୁଏନ୍ସ-୨୦୨୦ ପାଳିତ

ଭୁବନେଶ୍ୱର: ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ପ୍ଳେ ସ୍କୁଲ୍ ସାଇ ଆଙ୍ଗନ୍‌ର ସାଂସ୍କୃତିକ ଉତ୍ସବ ଜୁନିୟର କନଫ୍ଲୁଏନ୍ସ-୨୦୨୦ ସ୍କୁଲର ଇନ୍ଦ୍ରପ୍ରସ୍ଥ ଅଡ଼ିଟୋରିଅମ୍ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଅଛି । ଏହି ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍କୁଲର ପୂର୍ଣ୍ଣାଙ୍ଗ ଶିକ୍ଷା କାର୍ଯ୍ୟକ୍ରମର ଏକ ଅଂଶ ବିଶେଷ । ପ୍ରତି ବର୍ଷ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ ଯାହା ଛାତ୍ରଛାତ୍ରୀମାନଙ୍କ ମନରେ ଜାତୀୟ ଏବଂ ସ୍ଥାନୀୟ ସାଂସ୍କୃତିକ ପରମ୍ପରା ବିଷୟରେ ଗଭୀର ପ୍ରଭାବ ପକାଇଥାଏ ।

ମହାତ୍ମା ଗାନ୍ଧୀଙ୍କ ୧୫୦ ବର୍ଷ ପୂର୍ତ୍ତୀକୁ ମନେରଖିବା ପାଇଁ ବିଭିନ୍ନ ପ୍ରକାର ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

ଏହି ଉତ୍ସବ ୧୩ ରୁ ୧୫ ଫେବ୍ର୍ରୁଆରୀ ପର୍ଯ୍ୟନ୍ତ ତିନିଦିନ ଧରି ଚାଲିଥିଲା ଏବଂ ଏଥିରେ ପ୍ଳେଗ୍ରୁପ୍ ରୁ କ୍ଳାସ୍‌-୩ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ବିଭିନ୍ନ ମହାପୁରୁଷ ଓ ନେତା କିପରିଭାବେ ଭାରତବର୍ଷକୁ ସ୍ୱାଧିନତା ଓ ସ୍ୱତନ୍ତ୍ର ରାଷ୍ଟ୍ର ଗଠନରେ ସେମାନଙ୍କର ମହାନ ବଳିଦାନ ଦେଇଥିଲେ ଏହା ଉପରେ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥିଲା ।

ଏହା ସହ ଗାନ୍ଧିଜୀଙ୍କ ସତ୍ୟ, ଶାନ୍ତି, ଅହିଂସା ଏବଂ ସତ୍ୟାଗ୍ରହର ବିଚାରଧାରାକୁ ଚିତ୍ରିତ କରାଯାଇଥିଲା ।

ସାଇ ଇଣ୍ଟରନ୍ୟାସନାଲ୍ ପ୍ରତିଷ୍ଠାତା ତଥା ମେଣ୍ଟର ଡଃ ବିଜୟ କୁମାର ସାହୁ ଉଦ୍‌ବୋଧନ ଦେଇ କହିଥିଲେ ଯେ, ଏହିପରି କାର୍ଯ୍ୟକ୍ରମ ଆୟୋଜନ କରି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକତା, ଲୋକନୃତ୍ୟ ଏବଂ ଦେଶପ୍ରେମ ସମ୍ବନ୍ଧୀୟ ଧାରଣା ଜାଗ୍ରତ କରି ସେମାନଙ୍କ ମାଧ୍ୟମରେ ଏକ ସୁନ୍ଦର ଓ ସୁସ୍ଥ ରାଷ୍ଟ୍ର ଗଠନ କରିବା ଆମର ମୁଖ୍ୟ ଉଦ୍ଦେଶ୍ୟ ।

ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଭାଇସ୍ ଚେୟାରମ୍ୟାନ୍  ଶିଳ୍ପୀ ସାହୁ, ସିନିୟର ପ୍ରିନ୍ସପାଲ୍ ନୀଳକଣ୍ଠ ପାଣିଗ୍ରାହୀ, ପ୍ରିନ୍ସପାଲ୍‌ (ପ୍ରାଇମେରୀ) ରଶ୍ମୀ ପାଣ୍ଡେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.