Latest Odisha News

BREAKING NEWS

୩୪୦ ASO ପୋଷ୍ଟ ପାଇଁ ବିଜ୍ଞପ୍ତି ଜାରି… 

ଭୁବନେଶ୍ୱର: ଓଡ଼ିଶା ଲୋକ ସେବା ଆୟୋଗ (OPSC) ଗୃହ ବିଭାଗ ଅଧୀନରେ ଥିବା ରାଜ୍ୟ ସଚିବାଳୟ ସେବା କ୍ୟାଡରରେ ୩୪୦ ଜଣ ସହକାରୀ ବିଭାଗ ଅଧିକାରୀ (ASO) ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି।

ବିଜ୍ଞପ୍ତି ଅନୁଯାୟୀ, ଆଶାୟୀ ପ୍ରାର୍ଥୀମାନେ ନଭେମ୍ବର ୯ ତାରିଖରୁ ୩୦ ତାରିଖ ମଧ୍ୟରେ ଅନଲାଇନ୍ ଆବେଦନ କରିପାରିବେ। ପଞ୍ଜୀକରଣ ଏବଂ ଅନଲାଇନ୍ ଆବେଦନ ଦାଖଲ କରିବା ପାଇଁ ଲିଙ୍କ୍ ନଭେମ୍ବର ୯ ତାରିଖରୁ ଉପଲବ୍ଧ ହେବ।

ମୋଟ ପଦବୀ ମଧ୍ୟରୁ ୧୧୪ଟି (ପ୍ରାୟ ୩୩ ପ୍ରତିଶତ) ମହିଳା ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି। OPSC ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ମୋଟ ୧୪୪ଟି ପଦବୀ ଅଣ-ସଂରକ୍ଷିତ (UR) ବର୍ଗ ପାଇଁ ଉଦ୍ଦିଷ୍ଟ ଥିବାବେଳେ, SEBC ବର୍ଗ ପାଇଁ ୩୮ଟି, SC ବର୍ଗ ପାଇଁ ୮୧ଟି ଏବଂ ST ବର୍ଗ ପାଇଁ ୭୭ଟି ପଦବୀ ସଂରକ୍ଷିତ ରହିଛି।

ଏହା ବ୍ୟତୀତ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ୨୫ଟି, ପୂର୍ବତନ ସେନା କର୍ମଚାରୀଙ୍କ ପାଇଁ ୧୯ଟି ଏବଂ କ୍ରୀଡ଼ାବିତ୍‌ମାନଙ୍କ ପାଇଁ ୩ଟି ପଦବୀ ସଂରକ୍ଷିତ ରହିଛି।

ପ୍ରାର୍ଥୀଙ୍କ ପାଖରେ କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଯେକୌଣସି ବିଷୟରେ ସ୍ନାତକ (Bachelor’s Degree) ଡିଗ୍ରୀ ରହିବା ଆବଶ୍ୟକ।

ASO ପଦବୀ ପାଇଁ ପ୍ରାର୍ଥୀ ଚୟନ ଏକ ଲିଖିତ ପରୀକ୍ଷା ଏବଂ ଦକ୍ଷତା ପରୀକ୍ଷା (skill test) ଆଧାରରେ କରାଯିବ। ଲିଖିତ ପରୀକ୍ଷା ୨୦୨୭ ମସିହା ଜାନୁଆରୀ ୧୭ ତାରିଖରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ପରୀକ୍ଷାର ବିସ୍ତୃତ ସମୟସାରଣୀ ଏବଂ କେନ୍ଦ୍ର ସମ୍ପର୍କରେ ପରେ ସୂଚନା ଦିଆଯିବ।

ASO ନିଯୁକ୍ତି ପରୀକ୍ଷା ସମ୍ବନ୍ଧୀୟ ବିସ୍ତୃତ ସୂଚନା ପାଇଁ ପ୍ରାର୍ଥୀମାନଙ୍କୁ ଆୟୋଗଙ୍କ ଅଫିସିଆଲ୍ ୱେବସାଇଟ୍ (www.opsc.gov.in) ପରିଦର୍ଶନ କରିବାକୁ ପରାମର୍ଶ ଦିଆଯାଇଛି ବୋଲି OPSC ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ୨୧ ରୁ ୪୨ ବର୍ଷ ବୟସ ବର୍ଗ ମଧ୍ୟରେ ଥିବା ଯୋଗ୍ୟ ପ୍ରାର୍ଥୀମାନେ ASO ପଦବୀ ପାଇଁ ଆବେଦନ କରିପାରିବେ।

Leave A Reply

Your email address will not be published.