ଭୁବନେଶ୍ୱର: ତେଲେଙ୍ଗାନା ଇଟା ଭାଟିରୁ ଉଦ୍ଧାର ହେଲେ ୧୬ ଜଣ ଶ୍ରମିକ । ଓଡ଼ିଶା ମୋ ପରିବାରର ହସ୍ତକ୍ଷେପ ପରେ ଏମାନଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୫ ଜଣ ଛୋଟ ପିଲା ଥିବା ଜଣାପଡିଛି । ବଲାଙ୍ଗୀର ଓ ସୋନପୁର ଜିଲ୍ଲାର ଏହି ଶ୍ରମିକମାନେ ତେଲେଙ୍ଗାନାର ପେଡାପଲ୍ଲୀ ଜିଲ୍ଲା ବେଗମ୍ପେଟର ଗାଁରେ ଥିବା କାଟେ ପ୍ରଭାକର ନାମକ ଜଣେ ବ୍ୟକ୍ତିଙ୍କ ଇଟାଭାଟିରେ କାମ କରୁଥିଲେ । ଏଠାରେ ଶ୍ରମିକଙ୍କୁ ନିର୍ଯାତନା ଦିଆଯିବା ସହ ଦୁଇ ମାସ ହେଲା ଦରମା ମିଳିନଥିଲା । ଏପରିକି ସେମାନଙ୍କ କୁନି କୁନି ପିଲାଙ୍କୁ ଜବରଦସ୍ତି କାମରେ ଲଗାଯାଉଥିଲା । ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଓଡ଼ିଶା-ମୋ ପରିବାରର ସଂଯୋଜକ ଅରୂପ ପଟ୍ଟନାୟକ ଆନ୍ଧ୍ରର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଏସ.ଏ ହୁଡ୍ଡାଙ୍କ ସହ ଯୋଗାଯୋଗ କରିଥିଲେ । ଏଥିସହ ଜିଲ୍ଲାପାଳ ଏବଂ ଓଡ଼ିଶାର ଶ୍ରମ କମିଶନରଙ୍କୁ ଏ ଘଟଣାରେ ପଦକ୍ଷେପ ନେବାକୁ ଅରୂପ ପଟ୍ଟନାୟକ କହିଥିଲେ । ଏହାପରେ ତେଲେଙ୍ଗାନା ଉକ୍ତ ଇଟାଭାଟି ଉପରେ ବେଗମ୍ପେଟର ଏସପି ଚଢ଼ାଉ କରି ଶ୍ରମିକଙ୍କୁ ଉଦ୍ଧାର କରିଥିଲେ । ସେପଟେ ଆଜି ଶ୍ରମ ଇନ୍ସପେକ୍ଟର ସ୍ଥାନୀୟ ଅଚଂଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ଉଦ୍ଧାର ହୋଇଥିବା ଶ୍ରମିକଙ୍କୁ ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି ।
BREAKING NEWS
- ସ୍ୱାଧୀନତା ଦିବସରେ ଶତକ ମାରି ଇତିହାସ ରଚିଲେ ପାଡିକଲ
- ବିପଦକୁ ଡାକୁଛି ‘ରଙ୍ଗ୍ ରୁଟ୍ ଡ୍ରାଇଭିଂ’: ୪ ଦିନରେ ରାଜ୍ୟରେ କଟିଲା ୩୬ ହଜାରରୁ ଊର୍ଦ୍ଧ୍ୱ ଇ-ଚାଲାଣ
- Odisha to install Doppler radars:ଆଗାମୀ ଦିନରେ କାର୍ଯ୍ୟକ୍ଷମ ହେବ ଆଉ ୩ ଡପଲର୍ ରାଡାର; ପାଣିପାଗର ପୂର୍ବାନୁମାନ ପ୍ରକ୍ରିୟା ହେବ ଅଧିକ ନିଖୁଣ
- ବନ୍ୟା ଜଳରେ ବୁଡ଼ିଛି ରାସ୍ତା, ଭଦ୍ରକ-ଆରଡ଼ି ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ
- ପାହାଡ଼ରୁ ଖସୁଛି ମାଟି ଓ ପଥର: ଭୁସ୍ଖଳନ ଯୋଗୁଁ କେନ୍ଦୁଝରରେ ଜାତୀୟ ରାଜପଥରେ ଯାତାୟାତ ଠପ୍
- ଲଘୁଚାପ ପରେ ଲଘୁଚାପ, ଲଗାଣ ବର୍ଷାରୁ ନାହିଁ ନିସ୍ତାର: ଆଗାମୀ ୩ ଦିନ ପାଇଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
- ବିପଦକୁ ଡାକିଆଣିଲା ମୋବାଇଲ୍ ସେଲଫି: ୭୦ ଫୁଟ୍ ତଳକୁ ଖସିଲେ ଯୁବତୀ
- ଇଣ୍ଡୋନେସିଆରେ ଭୟଙ୍କର ଭୂକମ୍ପ, ଥରିଲା ଫ୍ଲୋରେସ ଦ୍ୱୀପ
- ହିଣ୍ଡାଲକୋର ବାଫ୍ଲିମାଳି ବକ୍ସାଇଟ ଖଣିକୁ ଏଏସ୍ଆଇ ମାନ୍ୟତା
- Maharashtra ATS Action:ATSର କାର୍ଯ୍ୟାନୁଷ୍ଠାନ: ଆତଙ୍କବାଦୀଙ୍କ ଭିଡିଓ ସେୟାର କରିବା ଅଭିଯୋଗରେ ଡ୍ରାଇଭର ଗିରଫ

Comments are closed.