Latest Odisha News

BREAKING NEWS

କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ…

ଭୁବନେଶ୍ବର: କୋଇଲା ବୋଝେଇ ମାଲବାହୀ ଟ୍ରେନରେ ଲାଗିଲା ନିଆଁ। ଶୁକ୍ରବାର ରାତିରେ ବାଲେଶ୍ୱର ରେଳ ଷ୍ଟେସନରେ ଏହି ଘଟଣା ଘଟିଛି ।

ମାଲବାହୀ ଟ୍ରେନର ଚାରୋଟି ବଗିରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଏହା ଜଣାପଡ଼ିବା ପରେ କର୍ତ୍ତୃପକ୍ଷ ତୁରନ୍ତ ସତର୍କ ହୋଇଯାଇଥିଲେ ।

ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ। ତେବେ ଏହି ଘଟଣାରେ କେହି ଆହତ ହୋଇଥିବା ନେଇ କୌଣସି ସୂଚନା ମିଳିନାହିଁ।

ଅପରପକ୍ଷରେ ନିଆଁ ଲାଗିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ନିଆଁ କେଉଁଠାରୁ ବା କିପରି ଲାଗିଲା, ତାହା ଜାଣିବା ପାଇଁ ରେଳବାଇ ପକ୍ଷରୁ ତଦନ୍ତ କରାଯାଉଛି।

Leave A Reply

Your email address will not be published.