Latest Odisha News

BREAKING NEWS

ତ୍ରାଲ ହେବାକୁ ଯାଉଛି ଆତଙ୍କବାଦୀ ମୁକ୍ତ ଅଂଚଳ

ପୁଲୱାମା: ପୁଲୱାମାର ତ୍ରାଲ ଅଂଚଳ ଖୁବ୍ ଶୀଘ୍ର ଆତଙ୍କବାଦୀ ମୁକ୍ତ ହେବାକୁ ଯାଉଛି ବୋଲି ସେନା ପକ୍ଷରୁ କୁହାଯାଇଛି । ୨୦୧୯ ଆରମ୍ଭରୁ ଏଠାରେ ୩୦ରୁ ଊର୍ଦ୍ଧ୍ୱ ଆତଙ୍କବାଦୀ ଥିଲେ । ଲଶ୍କର, ଜୈଶ, ହିଜବୁଲ ଓ ଆଇଏସଜେକେ ସଂଗଠନ ସହ ସେମାନେ ଜଡିତ ଥିଲେ । ଏମାନଙ୍କ ସଂଖ୍ୟା ଏବେ କମି ୬କୁ ଆସିଯାଇଛି ।

ଦକ୍ଷିଣ କଶ୍ମୀରକୁ ଆତଙ୍କବାଦୀଙ୍କ ଦୁର୍ଗ କହାଯାଉଥିଲା । ବୁରହାନ ମାନୀ, ସମୀର ଟାଇଗର, ଜାକିର ମୁସା ଓ ହାମଦ ଖାଁଙ୍କ ମୃତ୍ୟୁ ପରେ ସଂଗଠନ ଦୁର୍ବଳ ହୋଇ ପଡିଛି । ଅବନ୍ତୀପାରୋରେ ସର୍ବାଧିକ ୧୮ ଆତଙ୍କୀ ସକ୍ରିୟ ଅଛନ୍ତି । ସେମାନେ ସମ୍ବୁରା ଓ ପମ୍ପୋରା ଅଂଚଳରେ ଲୁଚି ରହିଛନ୍ତି ବୋଲି ସେନା ପକ୍ଷରୁ କୁହାଯାଇଛି । ଭାରତ ସରକାର ଓ ସେନାଙ୍କ କଡା ଆଭିମୁଖ୍ୟ ଯୋଗୁ ଘାଟିରେ ଆତଙ୍କବାଦୀଙ୍କ ପ୍ରାଦୁର୍ଭାବ କମିଛି ।

Leave A Reply

Your email address will not be published.