ନୂଆଦିଲ୍ଳୀ: ଆମ୍ ଆଦ୍ମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଶପଥ ନେବା ପରେ ସେ ସମ୍ବୋଧନ କରିଛନ୍ତି । ସେ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ଆପଣଙ୍କ ପୁଅ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇିଛି । ଏ ବିଜୟ ମୋର ନୁହେଁ ଆପଣଙ୍କର । ଏହା ପ୍ରତ୍ୟେକ ଦିଲ୍ଲୀବାସୀଙ୍କ ବିଜୟ ବୋଲି ସେ କହିଛନ୍ତି । ଏଥିସହ ସେ କହିଛନ୍ତି ଯେ, ଦିଲ୍ଲୀରୁ ଦେଶର ନୂଆ ରାଜନୀତି ଆରମ୍ଭ ହେବ । ମୁଁ ସବ୍କା ସାଥ ଓ ସବ୍କା ବିକାଶ ନେଇ କାମ କରିବାକୁ ଚାହୁଁଛି । ଦିଲ୍ଳୀର ବିକାଶ ପାଇଁ କେନ୍ଦ୍ର ସହ ମିଶି କାମ କରିବୁ । ବିକାଶ ପାଇଁ ପ୍ରଧାନ ମନ୍ତ୍ରୀଙ୍କ ଆଶୀର୍ବାଦ ଚାହୁଁଛି ବୋଲି ସେ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ନିର୍ବାଚନ ବେଳେ କିଛି ଲୋକ ଆପ୍କୁ ଭୋଟ ଦେଇଥିଲେ ଏବଂ ଆଉ କିଛି ଲୋକ ବିଜେପି ଓ କଂଗ୍ରେସକୁ ଭୋଟ ଦେଇଥିଲେ । କିନ୍ତୁ ଆଜି ମୁଁ ସମସ୍ତଙ୍କର ମୁଖ୍ୟମନ୍ତ୍ରୀ । ବିଜେପି ଓ କଂଗ୍ରେସକୁ ସମର୍ଥନ କରୁଥିବା ଲୋକଙ୍କର ମଧ୍ୟ ମୁଁ ମୁଖ୍ୟମନ୍ତ୍ରୀ । ମୋ ଶାସନ କାଳ ମଧ୍ୟରେ ମୁଁ କଦାପି କାହାରି ସହ ପାତରଅନ୍ତର କରିବି ନାହିଁ ବୋଲି କେଜ୍ରିୱାଲ କହିଛନ୍ତି ।
ଦିଲ୍ଲୀ ବିଧାନସଭା ନିର୍ବାଚନରେ ବଡ ବିଜୟ ହାସଲ ପରେ ଆଜି ରାମଲୀଲା ମୈଦାନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ଏହି ଶପଥ ଗ୍ରହଣ ଉତ୍ସବରେ ତାଙ୍କ ସହ ୬ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି ।
BREAKING NEWS
- ଭାଲୁକୁଣି ବିସର୍ଜନ ବେଳେ ଅଘଟଣ; DJ ସାଉଣ୍ଡ ବକ୍ସ ପଡ଼ି ୭ ଆହତ
- ଭୂକମ୍ପରେ ଥରିଲା ଓଡ଼ିଶା; ଏହି ସ୍ଥାନରେ ୩.୯ ତୀବ୍ରତାର ଝଟକା…
- ସର୍ଭେ ରିପୋର୍ଟ : ୭୦% ରୁ ଅଧିକ ୟୁକ୍ରେନବାସୀ ଦୁର୍ନୀତି ପାଇଁ ଜେଲେନସ୍କିଙ୍କୁ ଦାୟୀ ମନେକରୁଛନ୍ତି
- ଇରାନ-ଆମେରିକା ସଂଘର୍ଷ: ଭୟ ଆଉ ଚିନ୍ତା ଭିତରେ ଇରାନରେ ଖୋଲିଲା ସ୍କୁଲ୍
- ବସରୁ ଖସି ପଡ଼ିଲେ ରୋହିତ ଶର୍ମା; ଚିନ୍ତାରେ ଫ୍ୟାନ୍ସ
- ବିଜେପି ନେତାଙ୍କୁ ପ୍ରାଣାନ୍ତକ ଆକ୍ରମଣ; ଡାକ୍ତରଖାନାରେ ଭର୍ତ୍ତି
- Odisha Vigilance:୩୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ତାଙ୍କ ସହଯୋଗୀ
- ସମ୍ ହସ୍ପିଟାଲରେ ନୂତନ ହୃଦ୍ ଚିକିତ୍ସା: ଟିଏଭିଆର୍ ପଦ୍ଧତିରେ ୭୧ ବର୍ଷୀୟା ମହିଳାଙ୍କୁ ମିଳିଲା ନୂଆ ଜୀବନ
- Asian Games 2026:ଜାଭେଲିନ୍ ଥ୍ରୋ’ରେ ଭାରତର ଚମତ୍କାର ପ୍ରଦର୍ଶନ: ଯଶ୍ବୀରଙ୍କୁ ରୌପ୍ୟ ଓ ରୋହିତଙ୍କୁ ବ୍ରୋଞ୍ଜ
- ସରିଲା ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା

Comments are closed.