Latest Odisha News

BREAKING NEWS

କର୍ପୋରେଟରଙ୍କ ସ୍ୱାମୀଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ

କଟକ: କଟକ ମହାନଗର ନିଗମର ଜଣେ କର୍ପୋରେଟରଙ୍କ ସ୍ୱାମୀଙ୍କ ନାଁରେ ଆସିଛି ସଙ୍ଗିନ ଅଭିଯୋଗ। ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ନେଇ ଅଭିଯୋଗ ହୋଇଛି।

ଅଭିଯୋଗ ପରେ, ପୋଲିସ ମହିଳାଙ୍କ ବୟାନ ରେକର୍ଡ କରିଛି ଏବଂ ମଙ୍ଗଳବାର ଦିନ ତାଙ୍କର ଡାକ୍ତରୀ ପରୀକ୍ଷା କରାଇଛି। ତଦନ୍ତର ଅଂଶ ସ୍ୱରୂପ ଅନ୍ୟ କେତେକ ବ୍ୟକ୍ତିଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି। ତେବେ ଡାକ୍ତରୀ ଯାଞ୍ଚ ସମୟରେ ସେ ଗର୍ଭବତୀ ଥିବା ଜଣାପଡ଼ିଥିବା ଦାବି ହୋଇଛି।

ଏନେଇ ମହିଳା ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି ସମ୍ପୃକ୍ତ ମହିଳା। ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରିଛି ଏବଂ ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା ୬୪(୨)(m) ଅଧୀନରେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବା ନେଇ ଜଣାପଡ଼ିଛି।

ତେବେ ଅଭିଯୋଗର ସତ୍ୟତା କଣ, ଘଟଣା ପଛରେ ପ୍ରକୃତ ତଥ୍ୟ କ’ଣ ତାହା ଜାଣିବା ପାଇଁ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଏହି ଘଟଣାକୁ ନେଇ ଏବେ କଟକ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.