Latest Odisha News

BREAKING NEWS

ରାଜ୍ୟରେ କମିବ ପାରଦ, ନଭେମ୍ବର ଶେଷ ଆଡ଼କୁ ଅଧିକ ଶୀତ ଅନୁଭବ ହେବ…

ଭୁବନେଶ୍ଵର: ରାଜ୍ୟରେ କମିବ ପାରଦ । ମାସ ଶେଷ ଆଡ଼କୁ ଅନୁଭବ ହେବ ଶୀତ । ରାଜ୍ୟରେ କୁହୁଡ଼ି ରହିବ । ଏପରିକି ଆଭ୍ୟନ୍ତରୀଣ ଓଡ଼ିଶାରେ ୧୫ ତଳୁକୁ ଖସିବ ତାପମାତ୍ରା । ସେହିପରି, ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ରହିବ ବୋଲି ପୂର୍ବାନୁମାନ କରିଛନ୍ତି ସୋଆ ସିଇସି ମୁଖ୍ୟ ଶରତ ଚନ୍ଦ୍ର ସାହୁ ।

ସୋଆ ସିଇସି ମୁଖ୍ୟ ଶରତ ଚନ୍ଦ୍ର ସାହୁ ଆହୁରି କହିଛନ୍ତି ଯେ, ତିନି ତିନୋଟି ବାତ୍ୟା କାରଣରୁ ଜାରି ରହିଥିବା ବର୍ଷା ଯୋଗୁଁ ଏବେ ଶୀତ ଅନୁଭବ ହେଉନାହିଁ । ତେଣୁ ନଭେମ୍ବର ଶେଷ ଆଡ଼କୁ ଅଧିକ ଶୀତ ଅନୁଭବ ହେବ । ଆଉ ସପ୍ତାହ ମଧ୍ୟରେ ସବୁଠି କମିବ ପାରଦ । ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ । ଆଭ୍ୟନ୍ତରୀଣ ଓଡ଼ିଶାରେ ୧୫ ତଳକୁ ଖସିବ ପାରଦ । ଉପକୂଳରେ ମଧ୍ୟ ଶୀତ ଅନୁଭବ କରିବେ ଲୋକେ ।

ତେବେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ କୁହୁଡ଼ି ରହିବ । ଅନ୍ୟପଟେ, ୨୭ ରୁ ୨୮ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ନେଇ ମଧ୍ୟ ଆକଳନ କରାଯାଇଥିବା ସେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.