Latest Odisha News

BREAKING NEWS

ଓଡ଼ିଶାର ସମୁଦ୍ର ଉପକୂଳରେ ଭିଡିଓ କ୍ୟାମେରା ଆଧାରିତ ସ୍ୱୟଂଚାଳିତ ବେଳାଭୂମି ନିରୀକ୍ଷଣ ବ୍ୟବସ୍ଥା

ଭୁବନେଶ୍ୱର: ଭିଡିଓ କ୍ୟାମେରା ଆଧାରିତ ସ୍ୱୟଂଚାଳିତ ବେଳାଭୂମି ନିରୀକ୍ଷଣ ବ୍ୟବସ୍ଥା ସମୁଦ୍ର ଉପକୂଳରେ ସ୍ଥାପନ ହେବ। ଉପକୂଳବାସୀଙ୍କ ଜୀବନ ଓ ଜୀବିକାର ସୁରକ୍ଷା ସହ ବିପର୍ଯ୍ୟୟ ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ନେଇଛନ୍ତି ଏହି ବଡ଼ ପଦକ୍ଷେପ ।

ସୂଚନା ଅନୁଯାୟୀ, ଭିଡିଓ କ୍ୟାମେରା ଆଧାରିତ ସ୍ୱୟଂଚାଳିତ ବେଳାଭୂମି ନିରୀକ୍ଷଣ ବ୍ୟବସ୍ଥା ଆରମ୍ଭ କରାଯିବ । ଏହି ବ୍ୟବସ୍ଥା ମାଧ୍ୟମରେ ସମୁଦ୍ରର ଗତିବିଧି ଏବଂ ଉପକୂଳର ସ୍ଥିତି ଉପରେ ନିରନ୍ତର ନଜର ରଖାଯିବ । ଫଳରେ ସମ୍ଭାବ୍ୟ ବିପଦକୁ ଆଗୁଆ ଚିହ୍ନଟ କରିବା ସହ ଆବଶ୍ୟକ ସମୟରେ ଲୋକଙ୍କୁ ସତର୍କ କରାଇବା ସହଜ ହେବ । ବିଶେଷକରି ସାମୁଦ୍ରିକ ଝଡ଼ ଓ ଉଚ୍ଚ ଜୁଆର ଭଳି ବିପଦ ସମୟରେ ଏହି ବ୍ୟବସ୍ଥା ବେଶ୍ ସହାୟକ ହେବ ।

ଏହାବ୍ୟତୀତ ଓଡ଼ିଶାରେ ପ୍ରତିଷ୍ଠା ହେବ ଜାତୀୟ ମହାସାଗର ସୂଚନା କେନ୍ଦ୍ର (INCOIS)ର ଏକ ଆଞ୍ଚଳିକ କେନ୍ଦ୍ର । ଏନେଇ ଖୁବଶୀଘ୍ର ରାଜ୍ୟ ସରକାର ଓ INCOIS ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହେବାକୁ ଯାଉଛି । ଏହି କେନ୍ଦ୍ର ପ୍ରତିଷ୍ଠା ହେଲେ ସାମୁଦ୍ରିକ ତଥ୍ୟ ସଂଗ୍ରହ, ପାଣିପାଗ ସମ୍ପର୍କିତ ଅଧ୍ୟୟନ ଏବଂ ମହାସାଗରୀୟ ଗବେଷଣା କ୍ଷେତ୍ରରେ ଓଡ଼ିଶାକୁ ମିଳିବ ନୂଆ ସୁଯୋଗ ।

ତେବେ କେଉଁ ବେଳାଭୂମିରେ କ୍ୟାମେରା ସ୍ଥାପନ ହେବ, ମୋଟ କେତେ କ୍ୟାମେରା ଲାଗିବ, ପ୍ରକଳ୍ପର ଖର୍ଚ୍ଚ କେତେ ହେବ ଏବଂ କେବେଠାରୁ ଏହା କାର୍ଯ୍ୟକ୍ଷମ ହେବ, ସେନେଇ ବିସ୍ତୃତ ତଥ୍ୟ ପ୍ରକାଶ କରାଯାଇନାହିଁ ।

Leave A Reply

Your email address will not be published.