Latest Odisha News

BREAKING NEWS

୨୯.୫୪ ଲକ୍ଷ ଟଙ୍କାର ଅନଲାଇନ ନିବେଶ ଠକେଇ, ଦିଲ୍ଲୀରୁ ମାଷ୍ଟରମାଇଣ୍ଡ ସହ ୩ଗିରଫ

ଭୁବନେଶ୍ୱର: ରାଜ୍ୟରେ ବଢୁଛି ସାଇବର କ୍ରାଇମ୍ । ଅନଲାଇନ ଠକଙ୍କ ଉପରେ ରୋକ୍ ଲଗାଇବାକୁ ସଇବର ଓ ଆର୍ଥିକ ଅପରାଧ ଥାନା ସଜାଗ । ୨୯.୫୪ ଲକ୍ଷ ଟଙ୍କାର ଠକେଇର ମାଷ୍ଟରମାଇଣ୍ଡ ସହ ୩ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ ଭୁବନେଶ୍ୱର ଲିଙ୍ଗରାଜ ଥାନା ଅଂଚଳର ଜଣେ ଅବସରପ୍ରାପ୍ତ ଘରୋଇ କ୍ଷେତ୍ର କର୍ମଚାରୀ ଚଳିତ ବର୍ଷ ଏପ୍ରିଲ ୨୧ରେ ଫେସବୁକରେ ଏକ ନିବେଶ ବିଜ୍ଞାପନ ଦେଖି ସେଥିରେ ଥିବା ଲିଙ୍କ ମାଧ୍ୟମରେ ପଂଜୀକରଣ କରିଥିଲେ । ପରେ ନିଜକୁ ଅଶୋକ କୁମାର ଓ ମୋହିତ ପାରିକ ପରିଚୟ ଦେଇ ୨ଜଣ ବ୍ୟକ୍ତି ତାଙ୍କ ସହ ଯୋଗାଯୋଗ କରିଥିଲେ । ସେମାନେ ନିଜକୁ ‘ରୋଭେକ୍ସ ମାର୍କେଟ ଡଟ୍ କମ୍‌’ର ବରିଷ୍ଠ ଆଥର୍ଲକ ପରାମର୍ଶଦାତା ବୋଲି କହିଥିଲେ । ବାରମ୍ବାର ଫୋନ କଲ୍‌, ହ୍ୱାଟ୍ସଆପ୍ ଚାଟ୍ ଓ ସ୍କ୍ରିନ୍ ସେୟାରିଂ ସହ ଜୁମ୍ ମିଟି ମାଧ୍ୟମରେ ଉଚ୍ଚ ରିଟର୍ଣ୍ଣ ଓ ଦ୍ୱିଗୁଣିତ ଲାଭର ପ୍ରତିଶ୍ରୁତି ଦେଇ ବିଶ୍ୱାସ ଜିତିନେଇଥିଲେ । ୨୩ ଏପ୍ରିଲରୁ ୨୮ ଏପ୍ରିଲ ମଧ୍ୟରେ ସମ୍ପୃକ୍ତ ପୀଡିତ ବ୍ୟକ୍ତି ନିଜ ଏଚଡିଏଫସି କ୍ରେଡିଟ କାର୍ଡ ମାଧ୍ୟମରେ ରୋଭେକ୍ସ ମାର୍କେଟ ଟ୍ରେଡିଂ ପ୍ଲାଟଫର୍ମରେ ୯.୫୪ ଲକ୍ଷ ଟଙ୍କା ନିବେଶ କରିଥିଲେ । ପରେ ତାଙ୍କୁ ୧୫ହଜାର ଆମେରିକୀୟ ଡଲାର ବୋନସରେ ପ୍ରଲୋଭନ ଦେଖାଇଥିଲେ ଏହି ଠକେଇ ଗ୍ୟାଙ୍ଗ । ଅର୍ଥରାଶି ଉଠାଇବାର କୌଣସି କଟକଣା ନରହିବା ପାଇଁ ଗୋଲଡେନ୍ କାର୍ଡ ମେମ୍ବରସିପ୍ ପାଇଁ ଆଉ ୧୫ ଲକ୍ଷ ନିବେଶ କରିବାକୁ କହିଥିଲେ । ଏଥିପାଇଁ ବ୍ୟକ୍ତି ଜଣଙ୍କ ତାଙ୍କ ଏଫ୍‌ଡି ଭାଙ୍ଗି ୨୦ ଲକ୍ଷ ଟଙ୍କା ନୂଆଦଲ୍ଲୀର ‘ଏଲପି ଏଂଟରପ୍ରାଇଜେସ’ ନାମକ ଏକ ଆକାଉଂଟକୁ ସ୍ଥାନାନ୍ତର କରାଇଥିଲେ । ଯେଉଁ ୩ଜଣ ହିତାଧିକାରୀଙ୍କ ଆକାଉଂଟ ପରିଚାଳନା କରୁଥିଲେ, ସେମାନେ ଟଙ୍କା ଉଠାଉଥିଲେ । ନିଜ ନିଜ ଭିତରେ ବାଂଟି ନେଉଥିଲେ । ସେମାନଙ୍କୁୁ ଚିହ୍ନଟ କରି ଦିଲ୍ଲୀରୁ ଗିରଫ କରାଯାଇଛି ।

ଗିରଫ ୩ ସାଇବର ଅପରାଧୀ ହେଲେ ହେଲେ , ୩୫ ବର୍ଷୀୟ ମହମ୍ମଦ ନୌସାଦ ଅଲ୍ଲି ଓରଫ ଅବିନାଶ ମିଶ୍ର ଯିଏକି ଏହି ଠକେଇର ମାଷ୍ଟରମାଇଣ୍ଡ । ତଦନ୍ତରୁ ବଂଚିବାକୁ ବାରମ୍ବାର ନାଁ ବଦଳାଉଥିଲା । ଦ୍ୱିତୀୟ ଅଭିଯୁକ୍ତ ହେଉଛି ୧୯ ବର୍ଷୀୟ ହରିଶ କୁମାର ଓ ତୃତୀୟ ଅପରାଧୀ ହେଉଛି ୨୦ ବର୍ଷୀୟ ମୟଙ୍କ । ଏମାନେ ସମସ୍ତେ ପଶ୍ଚିମ ଦିଲ୍ଲୀର ବାସିନ୍ଦା । ୩ଗିରଫ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଛି । ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.