After Ramayana’s Global Success: ‘ରାମାୟଣ’ ଟିମକୁ ଭେଟି ଅଭିନନ୍ଦନ ଦେଲେ ଅମିତ ଶାହ, ଗର୍ଜିଅସ ଲୁକରେ ସାଇ ପଲ୍ଲବୀ
ନୂଆଦିଲ୍ଲୀ: ନମିତ ମଲହୋତ୍ରାଙ୍କ ରାମାୟଣ ଫିଲ୍ମକୁ ରିଲିଜ୍ ହେବାର ମାସେ ପୂରଣ ହେବାକୁଯାଉଛି । ବିଶ୍ୱବ୍ୟାପୀ ଫିଲ୍ମର ଆୟ ମୋଟ୍ ୧୭୫୦କୋଟି ଅତିକ୍ରମ କରିଛି । ବିଶ୍ୱସ୍ତରରେ ଫିଲ୍ମର ସଫଳତା ପାଇଁ ଫିଲ୍ମର ସମସ୍ତ ସଦସ୍ୟଙ୍କୁ ଭେଟି ଅଭିନନ୍ଦନ ଜଣାଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ପ୍ରଯୋଜକ ନମିତ ମଲହୋତ୍ରା କେନ୍ଦ୍ରମନ୍ତ୍ରୀଙ୍କୁ ଫୁଷ୍ପଗୁଚ୍ଛ ଦେଇଥିବା ବେଳେ ନିଦେ୍ର୍ଦଶକ ନୀତେଶ ତିୱାରୀ ଶାହାଙ୍କୁ ଏକ ଶାଲ୍ ପ୍ରଦାନ କରିଥିଲେ । ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ସାଇ ପଲ୍ଲବୀ, ସହ-ପ୍ରଯୋଜକ ନୀରଜ ସଂଘାଇଙ୍କୁ ଭେଟିଥିଲେ ଅମିତ ଶାହ । ଫିଲ୍ମର ପ୍ରଶଂସା କରିବା ସହ ଫିଲ୍ମର ସଫଳତାକୁ ନେଇ ଗର୍ବ ଅନୁଭବ କରୁଥିବା କଥା କ୍ରୀୟୁଙ୍କୁ ଜଣାଇଥିଲେ ଅମିତ ଶାହ ।
ଫିଲ୍ମରେ ମା ସୀତାଙ୍କ ଭୂମିକାରେ ଅଭିନୟ କରିଥିବା ସାଇ ପଲ୍ଲବୀ ଏହି ଅବସରରେ ଗୋଲାପୀ ଶାଢୀ ଓ ପାରମ୍ପରିକ ସୁନା ଅଳଙ୍କାର ପିନ୍ଧି ଏକଦମ ଗର୍ଜିଅସ ନଜର ଆସିଥିଲେ । ମନ୍ଦିର ଅଳଙ୍କାର ପରି ଦେଖାଯାଉଥିବା ଗହଣା ସହ ଚେନ୍ ହାର ଓ କାନଫୁଲ ପିନ୍ଧି ପାରମ୍ପରିକ ଗେଟଅପରେ ଅମିତ ଶାହଙ୍କୁ ଭେଟିଥିଲେ । ସେହିପରି ଶ୍ରୀରାମଙ୍କ ଭୂମିକା କରିଥିବା ଆକ୍ଟର ରଣବୀର କପୁର କୋର୍ଟ ପରିଧାନ କରିଥିଲେ । ଏବଂ ବାଦାମୀ ରଙ୍ଗର ଜୋତା ପିନ୍ଧିି ବେଶ ଆକର୍ଷଣୀୟ ନଜର ଆସିଥିଲେ । ନଭେମ୍ବର ୫ରେ ରିଲିଜ୍ ହୋଇଥିବା ରାମାୟଣ ଫିଲ୍ମ ୨୧ ଦିନ ପରେ ବିଶ୍ୱସ୍ତରରେ ମୋଟ୍ ଆୟ ୧କୋଟି ପାର୍ କରିଛି । ଏବଂ ଭାରତରେ ଏହାର ନେଟ୍ ଆୟ ହଜାରେ କୋଟି ପାଖାପାଖି ହୋଇଗଲାଣି । ହିନ୍ଦୁଙ୍କ ଭାବାବେଗ ଓ ବିଶ୍ୱାସର ମହାକାବ୍ୟ ରାମାୟଣ ଭାରତୀୟ ସିନେମା ଇତିହାସରେ ଦ୍ୱିତୀୟ ସପ୍ତାହନ୍ତରେ ଓ ର୍ବାଧିକ ଆୟ କରିବାର ରେକର୍ଡ ସ୍ଥାପନ କରିଛି ।
