Latest Odisha News

BREAKING NEWS

ଜାଡେଜାଙ୍କୁ ଆଦର୍ଶ ମାନନ୍ତି ଅଗର

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆର ବାମହାତୀ ସ୍ପିନର ଆଶଟନ ଅଗର ଦକ୍ଷିଣ ଆଫ୍ରିକା ବିପକ୍ଷରେରେ ଜୋହାନ୍ସବର୍ଗରେ ଖେଳାଯାଇଥିବା ପ୍ରଥମ ଟି୨୦ ମୁକାବିଲାରେ ହାଟ୍ରିକ୍ ନେଇଛନ୍ତି। ଅଗରଙ୍କ ୫ଟି ୱିକେଟ ବଳରେ ଅଷ୍ଟ୍ରେଲିଆଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା। ହାଟ୍ରିକ୍ ନେବା ପରେ ଅଗର ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କର ପ୍ରଶଂସା କରିଛନ୍ତି।

ଜାଡେଜାଙ୍କ ଖେଳ ମୋର ବହୁତ ପସନ୍ଦ  ଗତ ମାସରେ ଅଷ୍ଟ୍ରେଲିଆ କ୍ରିକେଟ ଦଳ ଭାରତ ଆସିବା ସମୟରେ ଜାଡ଼େଜା ୨୬ବର୍ଷୀୟ ଅଗରଙ୍କୁ ଅନେକ ସାହାଯ୍ୟ କରିଥିଲେ। ଜଡେଜା ତାଙ୍କୁ ବଲ କେମିତି ସ୍ପିନ୍ କରାଯିବ ଏନେଇ କୌଶଳ ସିଖାଇଥିଲେ ବୋଲି ଅଗର କହିଥିଲେ। ଯାହା ଦ୍ବାରା ଅଗର ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଚ୍ ୱିନିଂ ବୋଲିଂ କରିବାରେ ସକ୍ଷମ ହୋଇଛନ୍ତି।

Comments are closed.