Latest Odisha News

BREAKING NEWS

ଟ୍ରମ୍ପ,ମୋଦି ରୋଡ ଶୋରେ ରୂପାଣି ସାମିଲ ହେବେନି

ଅହମ୍ମଦାବାଦ: ଅମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ ଶୋରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ସାମିଲ ହେବେ ନାହିଁ । ଟ୍ରମ୍ପ ପହଂଚିବା ପରେ ତାଙ୍କ ସୁରକ୍ଷା ଦାୟିତ୍ୱ ଆମେରିକା ଗୋଇନ୍ଦା ଏଜେନ୍ସି ହାତରେ ରହିବ । ସେମାନେ ମୁଖ୍ୟମନ୍ତ୍ରୀଙ୍କ କାରକୁ ଅନୁମତି ଦେଇ ନ ଥିବା ରିପୋର୍ଟ ହସ୍ତଗତ ହୋଇଛି । ଏଥିନେଇ ଗୁଜରାଟ ମୁଖ୍ୟମନ୍ତ୍ରୀ ଅସନ୍ତୁଷ୍ଟ ରହିଛନ୍ତି ।

ତ୍ରିସ୍ତରୀୟ ସୁରକ୍ଷା ବଳୟରେ ଟ୍ରମ୍ପ ରହିବେ । ପ୍ରଥମ ବଳୟରେ ଆମେରିକା ସିକ୍ରେଟ ଏଜେନ୍ସି, ଦ୍ୱିତୀୟରେ ଭାରତର ଏନଏସଜି,ଏସପିଜି କମାଣ୍ଡୋ ଓ ତୃତୀୟ ବଳୟରେ କ୍ରାଇମବ୍ରାଂଚର ଯବାନ ରହିବେ ।

Comments are closed.