Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହେଲା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା

ଭୁବନେଶ୍ୱର: ଓଡ଼ିଶାରେ ଅନୁଷ୍ଠିତ ହେଉଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ପ୍ରଥମ ସଂସ୍କରଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଛନ୍ତି ।

“ଆଜି ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି । ଏହା କେବଳ ଯେ, ଭାରତୀୟ କ୍ରୀଡ଼ା ଇତିହାସରେ ଲିପିବଦ୍ଧ ହୋଇରହିବ ତାହାନୁହେଁ ବରଂ ଏହା ଆଗାମୀ ଦିନ ଲାଗି ମହତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ।” ଉଦଘାଟନ ଅବସରରେ ଏହା ପ୍ରଧାନମନ୍ତ୍ରୀ କହିଥିବା ନେଇ ଏଏନଆଇରେ ପ୍ରକାଶିତ ହୋଇଛି ।

ଆଗାମୀ ସାତ ଦିନ ବ୍ୟାପି ଏହି କ୍ରୀଡ଼ା ମହୋତ୍ସବ ଆୟୋଜିତ ହେବାକୁ ଯାଉଥିବା ବେଳେ ଆଜି କଟକସ୍ଥିତ ଜୱାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମଠାରେ ଉଦଘାଟିତ ହୋଇଛି ।

ଏହି ଉତ୍ସବରେ ସମସ୍ତ ପ୍ରତିଯୋଗୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜ୍ଞାପନ କରିବା ସହିତ ଭାରତର ସ୍ପୋର୍ଟସ କ୍ୟାପିଟାଲକୁ ସ୍ୱାଗତ କରିଥିଲେ ।

“ଛାତ୍ରଜୀବନର ଅଭୂଲା ମୁହୂର୍ତ୍ତ ଜୀବନରେ ଅଲିଭା ଛାପ ପରି ରହିଥାଏ । ସେହିପରି ଭାବେ ବିଶ୍ୱବିଦ୍ୟାଳୟରେ ଅତିବାହିତ ହୋଇଥିବା ଛାତ୍ର ଜୀବନର ମଧ୍ୟ ଅଧିକ ମହତ୍ୱ ରହିଛି” । ଏହା କହିଥିଲେ ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ବିଭିନ୍ନ ଡ୍ୟାନ୍ସ ଗ୍ରୁପ ଦ୍ୱାରା ଚିତାକର୍ଷକ ନୃତ୍ୟ ପ୍ରଦର୍ଶିତ ହୋଇଥିଲା । ବଲିଉଡ୍ କଣ୍ଠଶିଳ୍ପୀ ସୋନା ମହାପାତ୍ରଙ୍କ ସହିତ କିଛି ଓଲିଉଡ୍ କଳାକାର ମଧ୍ୟ ନିଜର ସ୍ମୃତିମଧୁର କଣ୍ଠରେ ଉପସ୍ଥିତ ଶ୍ରୋତାଙ୍କ ମନୋରଞ୍ଜନ କରିଥିଲେ ।

ସାରା ଦେଶରୁ ସମୁଦାୟ ୪୦୦୦ ଛାତ୍ରଛାତ୍ରୀ ୧୭ଟି ଭିନ୍ନ ଭିନ୍ନ ସ୍ପୋର୍ଟସ ଇଭେଣ୍ଟରେ ଅଂଶଗ୍ରହଣ କରୁଛନ୍ତି । ଏହି ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାରେ ତୀରନ୍ଦାଜୀ, ଦୌଡ଼କୁଦ, କୁସ୍ତି, ବ୍ୟାଡ଼ମିଣ୍ଟନ, ବାସ୍କେଟବଲ, ଫୁଟବଲ, ହକି, ଟେବୁଲ ଟେନିସ, ଟେନିସ, ଭଲିବଲ, ରଗବୀ ଏବଂ କବାଡ଼ି ପରି କ୍ରୀଡ଼ା ଲାଗି ପ୍ରତିଦ୍ୱନ୍ଦ୍ୱିତା ହେବ ।

ଏହି କ୍ରୀଡ଼ା ପ୍ରତିଯୋଗିତା ଭୁବନେଶ୍ୱରର ୩ଟି ଭେନ୍ୟୁରେ ଏବଂ କଟକର ଜୱାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମରେ ମାର୍ଚ୍ଚ ୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

ଏହି କ୍ରୀଡ଼ା ପ୍ରତିଯୋଗିତା ଭାରତ ସରକାର, ଭାରତର କ୍ରୀଡ଼ା ପ୍ରାଧିକରଣ, ସ୍ପୋର୍ଟସ ଫେଡ଼େରେସନ, କିଟ୍ ବିଶ୍ୱବିଦ୍ୟାଳୟ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ହେଉଛି ।

Leave A Reply

Your email address will not be published.