ଭୁବନେଶ୍ୱର: ପାଳଗଦାରେ ନିଆଁ ଲାଗି ୩ ଶିଶୁ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ମୃତ ୩ ଶିଶୁଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଏଥିସହ ଗୁରୁତର ଥିବା ଆଉ ଜଣେ ଶିଶୁଙ୍କୁ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ଯୋଗାଇବା ପାଇଁ ହସ୍ପିଟାଲ କର୍ତ୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆହତ ଶିଶୁଙ୍କ ଆଶୁ ଆରୋଗ୍ୟ ମଧ୍ୟ କାମନ କରିଛନ୍ତି ମୁଖ୍ୟମନ୍ତ୍ରୀ ।ସେପଟେ ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୩ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ଜଣ ପୁଅ ଓ ଜଣେ ଝିଅ ଥିବା ସୂଚନା ମିଳିଛି । ଅନ୍ୟ ଜଣଙ୍କର ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସା ଚାଲିଛି । ପାଳଗଦାରେ ଶିଶୁମାନଙ୍କର ଶରୀରର ପ୍ରାୟ ୮୦ ପ୍ରତିଶତ ପୋଡି ଯାଇଥିଲା । ପୋଲସରା ଅନ୍ତର୍ଗତ ଖରିଛଟା ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା ।
BREAKING NEWS
- ଜାଣନ୍ତୁ ପ୍ରାଚୀନ ଯୁଗର ସପ୍ତମ ଆଶ୍ଚର୍ଯ ବିଷୟରେ, ଯାହା ସମୟକ୍ରମେ ହୋଇଯାଇଛି ବିଲୁପ୍ତ ..
- ମଝି ସମୁଦ୍ରରେ ନୌସେନା ଜାହାଜ ସହ ପିଟିହେଲା ମାଛଧରା ବୋଟ୍
- କିଏ ଜିତିବ ମହାରାଷ୍ଟ୍ର? କଣ କହୁଛି ଶିବସେନାର କୁଣ୍ଡଳୀ
- ସୁକମାରେ ଏନକାଉଣ୍ଟର; ୧୦ ନକ୍ସଲ ନିହତ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
- ଗୀତ ଗାଉ ଗାଉ ମଞ୍ଚ ଉପରେ ପଡିଗଲେ ଗାୟକ ଦିଲଜିତ
- ଯାଯାବର ଗଣହତ୍ୟା ମାମଲା, ୭ ଗିରଫ
- ବଙ୍ଗୋପସାଗରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି, ଆଇଏମଡିର ସତର୍କ ସୂଚନା ଜାରି
- ମାଓ କ୍ୟାମ୍ପ ଠାବ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
- ହାତୀଙ୍କ ଉତ୍ପାତ, ଯୁବକଙ୍କୁ ଦଳିଦେଲେ ୫୧ ଟିକିଆ ହାତୀ ପଲ
- ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକ ଧକ୍କାରେ ୩ ମୃତ
Comments are closed.