Latest Odisha News

ଭାରତୀୟ ନୌସେନାର ମିଗ୍‌-୨୯ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ ସୁରକ୍ଷିତ

ଗୋଆ: ଟ୍ରେନିଂ ସେମୟରେ ଭାରତୀୟ ନୌସେନାର ମିଗ-୨୯ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି । ଏହି ଦୁର୍ଘଟଣା ଗୋଆରେ ହୋଇଛି । ଦୁର୍ଘଟଣାରେ ପାଇଲଟ ସୁରକ୍ଷିତ ଥିବା ଜଣାପଡିଛି ।

ଦୁର୍ଘଟଣାର କାରଣ ଜଣାପଡିନଥିବାବେଳେ ଏହାର ଯାଂଚ ଏପର୍ଯ୍ୟନ୍ତ ହୋଇପାରିନି । ଦୁର୍ଘଟଣାର ଯାଂଚ ପାଇଁ ଏକ ତଦନ୍ତ କମିଟି ଗଠନ କରାଯାଇଛି । ଦୁର୍ଘଟଣା ପରେ ଜାରି ହୋଇଥିବା ଏକ ବୟାନରେ ନୌସେନା କହିଛିି, “ଏହି ମାମଲାର ଯାଂଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।”

ଏହାର ୩ମାସ ପୂର୍ବରୁ ଆଉ ଏକ ମିଗ୍‌-୨୯ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ୧୬ ନଭେମ୍ବର ୨୦୧୯ରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଗୋଆର ଏକ ଗାଁରେ ପଡିଥିଲା ।

Leave A Reply

Your email address will not be published.