Latest Odisha News

BREAKING NEWS

ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାରତ ଗସ୍ତ; ଜାଣନ୍ତୁ କ’ଣ ରହିଛି କାର୍ଯ୍ୟସୂଚୀ

ଅହମ୍ମଦାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଦିନ ଠାରୁ ୨ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ।

ତାଙ୍କ ଗସ୍ତ ସୂଚୀନୁଯାୟୀ, ଟ୍ରମ୍ପ ଦିନ ୧୧ଟା ୪୦ମି.ରେ ଅହମ୍ମଦାବାଦରେ ଆସି ପହଞ୍ଚିବେ ।

ଏହି ଅବସରରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଫାଷ୍ଟ ଲେଡି ତଥା ତାଙ୍କ ପତ୍ନୀ ମେଲାନିଆ, ଝିଅ ଓ ଜ୍ୱାଇଁ ମଧ୍ୟ ଆସୁଛନ୍ତି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଟ୍ରମ୍ପ ସେଠାରେ ଆୟୋଜିତ ଏକ ରୋଡ୍ ଶୋରେ ସାମିଲ ହେବେ । ପରେ ଦୁହେଁ ସାବରମତି ଆଶ୍ରମ ପରିଦର୍ଶନରେ ଯବା ସହ ମୋଟେରା ଷ୍ଟାଡିୟମରେ ହେବାକୁ ଥିବା ମେଗା ଇଭେଣ୍ଟରେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ତେବେ ପରବର୍ତ୍ତୀ ସମୟରେ ଆଗ୍ରାକୁ ଯିବା ସହ ତାଜମହଲର ସୌନ୍ଦର୍ଯ୍ୟକୁ ମଧ୍ୟ ଦେଖିବେ ।

ଭାରତ ଗସ୍ତବେଳେ ଟ୍ରମ୍ପଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା କରିବେ । ଯାହା ଦୁଇ ଦେଶ ମଧ୍ୟରେ ସହଭାଗିତା ଓ ସମ୍ପର୍କ ବୃଦ୍ଧି କରିବାରେ ସହାୟକ ହୋଇପାରିବ । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

Comments are closed.