Latest Odisha News

BREAKING NEWS

ପଟ୍ଟାଙ୍ଗୀ ନିର୍ବାଚନ ମଣ୍ଡଳୀରେ ଶତାଧିକ ବ୍ୟକ୍ତିଙ୍କ ବିଜେଡ଼ିରେ ଯୋଗଦାନ

ଭୁବନେଶ୍ୱର: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନନ୍ଦପୁର, ପଟାଙ୍ଗୀ, ସେମିଳିଗୁଡ଼ା ବ୍ଲକର ୨୦୦ରୁ ଊଦ୍ଧ୍ୱର୍ ନେତା, କର୍ମୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ, ପୂର୍ବତନ ପ୍ରଶାସକ, ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର, ନାଏବ ସରପଞ୍ଚ, କୃଷକ ନେତା, ମହିଳା ନେତ୍ରୀ, ଯୁବ ଓ ଛାତ୍ରନେତା ପ୍ରମୁଖ ବିଜେପି ଏବଂ କଂଗ୍ରେସ ଦଳ ଛାଡ଼ି ଆଜି ଅପରାହ୍ଣରେ ନବୀନ ନିବାସରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।

ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ବିଜେପି ଓବିସି ସେଲ୍ ର ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଦଳେଇ, ପୂର୍ବତନ ପ୍ରଶାସକ ପଦ୍ମନାଭ ସେଠୀ, ମା’ ସିଂହବାହିନୀ ନାରୀସଂଘର ସଭାନେତ୍ରୀ ତୁଳସା ଖରା, ସେମିଳିଗୁଡ଼ା ବ୍ଲକର ସମିତି ସଭ୍ୟ ଜ୍ୟୋତ୍ସ୍ନା ଚୌଧୁରୀ, ଧନୁମତି ଖିଲୋ, ଅନିତା ବାଗ, ଧନ ଦାନୀ, ମଙ୍ଗୁଳି ପାଙ୍ଗୀ, ଲକ୍ଷ୍ମୀ ହନ୍ତାଳ, କମୁଳୁ ଧଡ଼କା, ଦଶମନ୍ତପୁର ବ୍ଲକର ସମିତି ସଭ୍ୟ ନରସିଂହ ବିଶୋୟୀ, ମହେଶ୍ୱର ଗାଦବା, ପବିତ୍ର ଚେଟି, ପୂର୍ବତନ ସମିତି ସଭ୍ୟ ସହଦେବ ଖିଲ, ପଦୁ ବୁରୁଡ଼ି, ଅନନ୍ତରାମ ମାଟାମ, ପୂର୍ବତନ ସରପଞ୍ଚ କମୁଳୁ ଖିଲ, ରାମଚନ୍ଦ୍ର ଦଳାଇ, କଂଗ୍ରେସର ଗୁଣ୍ଠାପୁଟ ପଞ୍ଚାୟତ ସଭାପତି ସୋନୁ ମାଝୀ, ବିଜେପିର ରାଜପୁର ପଞ୍ଚାୟତ ସଭାପତି ସଂଜୟ ନାଏକ ପ୍ରମୁଖ ଆଜି ନିଜ ନିଜର ଦଳ ପରିତ୍ୟାଗ କରି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।
ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗଦେଇଥିବା ସମସ୍ତ କର୍ମୀଙ୍କୁ ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ଆଜି ପଟାଙ୍ଗୀ ନିର୍ବାଚନ ମଣ୍ଡଳୀର ଉଭୟ ବିଜେପି ଓ କଂଗ୍ରେସର ନେତୃମଣ୍ଡଳୀଙ୍କ ସହ ଶତାଧିକ କର୍ମୀ ବିଜେଡିରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହି ଯୋଗଦାନ ପଟାଙ୍ଗୀ ନିର୍ବାଚନ ମଣ୍ଡଳୀ ସହିତ କୋରାପୁଟ ଜିଲ୍ଲାରେ ବିଜୁ ଜନତା ଦଳର ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ ।

ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ଦଳେଇ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ କୋରାପୁଟ ଜିଲ୍ଲା ସହିତ ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଯେଉଁ ଉଦ୍ୟମ କରିଛନ୍ତି, ତାହା ପ୍ରଶଂସନୀୟ । ସେଥିରେ ମୁଁ ଅନୁପ୍ରାଣିତ ହୋଇ ଆଜି ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଛି ।

ନବୀନ ନିବାସ ଠାରେ ଅନୁଷ୍ଠିତ ଏହି ଯୋଗଦାନ ଅବସରରେ ବିଧାୟକ ପ୍ରଫୁଲ୍ଲ କୁମାର ପାଙ୍ଗୀ, କୋରାପୁଟ ଜିଲ୍ଲା ସଭାପତି ଈଶ୍ୱର ପାଣିଗ୍ରାହୀ, ଖଦୀ ବୋର୍ଡ ସଭାପତି ତେଜେଶ୍ୱର ପରିଡ଼ା, କେଆରଆଇଟି ଅଧ୍ୟକ୍ଷ ଅଶୋକ ପାଙ୍ଗୀ, ଜିଲ୍ଲା ସାଧାରଣ ସଂପାଦକ ଉକ୍ରଳ ରଞ୍ଜନ ନାୟକ, ଯୁବ ବିଜେଡିର ନିର୍ବାଚନ ମଣ୍ଡଳୀ ସଭାପତି ଧନଞ୍ଜନ ନାୟକ, କୋଟପାଡ଼ ବ୍ଲକ ସଭାପତି ବୀରେନ ବିଶୋୟୀ, ଦଶମନ୍ତପୁର ବ୍ଲକ ଉପ-ସଭାପତି ପଣ୍ଡିତ ବିଶୋୟୀ, ଅନୁସୂଚିତ ଜାତି ଓ ଜନଜାତି ସେଲ୍ ର ଉପ-ସଭାପତି ପୂର୍ବ ଖିଲ, ଏସଡିସି ସଭ୍ୟ ସାଧୁ ଗୁଣ୍ଠା, ଚିକ୍କଣ ପାଙ୍ଗୀ, ସଦାଶିବ ବାରିକ, ଅଶ୍ୱିନୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.