Latest Odisha News

ଆଗୁଆ ନିର୍ବାଚନ ସପକ୍ଷରେ ବିଜେଡ଼ି

ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ବିଜେଡ଼ି ସରକାର ଆଗୁଆ ନିର୍ବାଚନ ସପକ୍ଷରେ ଆଜି ନିର୍ବାଚନ କମିଶନରଙ୍କ ନିକଟରେ ମତ ପୋଷଣ କରିଛନ୍ତି । ନିର୍ବାଚନ କମିଶନ ଯଦି ଆଗୁଆ ନିର୍ବାଚନ କରୁଥାଆନ୍ତି ତେବେ ଓଡ଼ିଶାକୁ ଏଥିରେ ଅନ୍ତଭୃକ୍ତ କରିବାକୁ ବିଜେଡ଼ି ପ୍ରସ୍ତାବ ଦେଇଛି । ଏ ସମ୍ପର୍କରେ ବିଜେଡ଼ିର ଜଣେ ବରିଷ୍ଠ ନେତା ଆଜି ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଭେଟି ଆଲୋଚନା ମଧ୍ୟ କରିଛନ୍ତି ।

ନୂଆଦିଲ୍ଲୀ ଠାରେ ବିଜେଡ଼ିର ବରିଷ୍ଠ ନେତା ତଥା ସାଂସଦ ପିନାକୀ ମିଶ୍ର ଭାରତର ମୁଖ୍ୟ ନିର୍ବାଚନ କମିଶନର ଓମପ୍ରକାଶ ରାୱତଙ୍କୁ ଭେଟି ଏ ସର୍ମ୍ପକରେ ଆଲୋଚନା କରିଛନ୍ତି । “ ନିର୍ବାଚନ କମିଶନ ଆଗୁଆ ନିର୍ବାଚନ କରିବାକୁ ଯୋଜନା କରୁଛନ୍ତି । ଏହି ପରିପ୍ରେକ୍ଷୀରେ ମୁଁ ଆଜି ବିଜୁ ଜନତା ଦଳ ତରଫରୁ ନିର୍ବାଚନ କମିଶନରଙ୍କୁ ଭେଟି ଏହି ଆଗୁଆ ନିର୍ବାଚନରେ ଓଡ଼ିଶା ରାଜ୍ୟକୁ ସାମିଲ କରିବା ଲାଗି ଅନୁରୋଧ କରିଛି,” ବୋଲି ଗଣମାଧ୍ୟମକୁ କହିଛନ୍ତି ବିଜେଡ଼ି ସାଂସଦ ପିନାକୀ ମିଶ୍ର ।

ସେ ଆହୁରି ମଧ୍ୟ କହିଛନ୍ତି, ଯଦି ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସାଙ୍ଗରେ ହୁଏ ତେବେ ପ୍ରାୟ ୧୦୦୦ କୋଟି ଟଙ୍କା ବଞ୍ଚିଯାଇ ପାରିବ । ଏହାଛଡ଼ା, ଏକସଙ୍ଗରେ ନିର୍ବାଚନ ହେଲେ ନିର୍ବାଚନ କଟକଣା ଏବଂ କୋର୍ଡ଼ ଅଫ କଣ୍ଡକ୍ଟ ଯୋଗୁଁ ଉନ୍ନୟନ ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥାଏ । ଏନେଇ ଏକ ଚିଠି ଦ୍ୱାରା ମଧ୍ୟ ବିଜେଡ଼ି ପକ୍ଷରୁ ଅବଗତ କରାଯାଇଛି ।

Leave A Reply

Your email address will not be published.