ଭୁବନେଶ୍ୱର: ପଶ୍ଚିମ ଓ ଦକ୍ଷିଣ ଓଡିଶାର କିଛି କିଛି ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ୭ଟି ଜିଲ୍ଳାରେ ବର୍ଷା ହେବାନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।
ପାଣିପାଗ ବିଭାଗର ଡ୍ୟୁଟି ଅଫିସର ଅମିନ ସରଦାରଙ୍କ ସୂଚନାନୁଯାୟୀ, ପୂର୍ବ ଓ ଦକ୍ଷିଣ ଉତ୍ତର ପ୍ରଦେଶ ଓ ଏହାର ଆଖାପାଖ ଅଞ୍ଚଳରେ ସାଇକ୍ଲୋନିକ ସର୍କୁଲେସନ ହେବା ଫଳରେ ଆସନ୍ତା ଫେବୃଆରୀ ୨୫ ତାରିଖ ବେଳକୁ ସମ୍ବଲପୁର, ଦେବଗଡ ଜିଲ୍ଲା ଏବଂ ୨୬ରେ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡା ଓ ଯାଜପୁରରେ ବର୍ଷା ହେବା ନେଇ ହଳଦିଆ ୱାର୍ଣ୍ଣିଂ ଜାରି କରାଯାଇଛି ।
ଏହାବ୍ୟତିତ ଫେବୃଆରୀ ୨୫ ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଓଡିଶା, କଟକ, ଯାଜପୁର, ଭଦ୍ରକ, ସୋନପୁର, ବୌଦ୍ଧ ଓ ନୟାଗଡ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡଘଡି ସହ ବର୍ଷା ହେବ । ସେହିପରି ୨୬ ତାରିଖରେ ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ କନ୍ଧମାଳ ଓ ବୌଦ୍ଧରେ ମଧ୍ୟ ଜଳବାୟୁରେ ପରିବର୍ତ୍ତନ ହେବା ସହ ବର୍ଷା ସମ୍ଭାବନା ରହିଛି ।
ଆହୁରି ମଧ୍ୟ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ, କେନ୍ଦୁଝର ଏବଂ ଉପକୂଳ ଓଡିଶା, ସୁନ୍ଦରଗଡ, ଝାରସୁଗୁଡା, ସୁମ୍ବଲପୁର, ଅନୁଗୁଳ, ଢେଙ୍କାନାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଦୁଇ ଦିନ ଲାଗି ୱାର୍ଣ୍ଣିଂ ଜାରି କରାଯାଇଛି । ଦେବଗଡ ଓ କେନ୍ଦୁଝରରେ ଫେବୃଆରୀ ୨୮ବେଳକୁ ।
ଅପରପକ୍ଷରେ ସୋମବାର ସକାଳେ ସମ୍ବଲପୁର (୧୩.୬)ମିମି., ହୀରାକୁଦ (୮.୮), ବୌଦ୍ଧ (୬.୩), ସୁନ୍ଦରଗଡ (୪) ଏବଂ ଝାରସୁଗୁଡାରେ ୨.୪ ଡିଗ୍ରୀ ବର୍ଷା ରେକର୍ଡ କରାଯାଇଛି।
Comments are closed.