Latest Odisha News

BREAKING NEWS

ଆଇ.ଆଇ.ଏମ ସମ୍ବଲପୁରରେ ସ୍ଥାୟୀ କ୍ୟାମ୍ପସ ଲାଗି କେନ୍ଦ୍ର କ୍ୟାବିନେଟର ୪୦୧.୯୪ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ବୁଧବାର ଦିନ ଆଇ.ଆଇ.ଏମ ସମ୍ବଲପୁରରେ ସ୍ଥାୟୀ କ୍ୟାମ୍ପସ ଲାଗି କେନ୍ଦ୍ର କ୍ୟାବିନେଟର ମଞ୍ଜୁର କରିଛନ୍ତି ।

କେନ୍ଦ୍ର ସରକାର ଏଥିଲାଗି ୪୦୧.୯୪ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ଏଠାରେ ସୂଚନାଯୋଗ୍ୟ, ଆଇ.ଆଇ.ଏମ ସମ୍ବଲପୁର ୨୦୧୫ ମସିହାରୁ ସିଲିକନ ଇନଷ୍ଟିଚ୍ୟୁଟ୍ ଅଫ ଟେକନୋଲୋଜି ବିଲ୍ଡିଂରେ ଅସ୍ଥାୟୀ ରୂପେ କାର୍ଯ୍ୟ କରୁଛି । ତେବେ ଆସନ୍ତା ଜୁନ ୨୦୨୧ ସୁଦ୍ଧା ଏହା ସ୍ଥାୟୀ କ୍ୟାମ୍ପସରେ ଚାଲିପାରିବ ବୋଲି ସୂଚନା ମିଳିଛି ।

ଓଡ଼ିଶା ରାଜ୍ୟ ସରକାରଙ୍କ ପ୍ରଦତ୍ତ ବସନ୍ତପୁରର ୨୦୦ ଏକର ପରିବ୍ୟାପ୍ତ ଜମି ଉପରେ ଏହାର ନିର୍ମାଣ କାର୍ଯ୍ୟ ଏବେ ଚାଲୁରହିଛି ।

ପ୍ରଶାସନିକ ସୂତ୍ରରୁ ଜଣାପଡ଼ିଛି, ଆଇ.ଆଇ.ଏମ ସମ୍ବଲପୁର ଏକ ଅସ୍ଥାୟୀ କ୍ୟାମ୍ପସରେ ଚାଲୁରହିଛି, ଏହା ୨୦୧୫-୧୬/୨୦୧୬-୧୭ ଶିକ୍ଷାବର୍ଷରେ ରେ ପ୍ରତିଷ୍ଠିତ ହୋଇଛି ।

ତେବେ ୬୦,୮୪ ବର୍ଗମିଟର ପରିବ୍ୟାପ୍ତ ଅଞ୍ଚଳର ଭିତ୍ତିଭୂମୀରେ ୬୦୦ ଜଣ ଛାତ୍ରଛାତ୍ରୀଙ୍କ ଲାଗି ଏହାର ସ୍ଥାୟୀ କ୍ୟାମ୍ପସ ନିର୍ମାଣ କରାଯାଉଛି ।

ଯଦି ଏହାର ସ୍ଥାୟୀ କ୍ୟାମ୍ପସ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯାଏ ତେବେ ଭାରତରେ ସ୍ଥାୟୀ କ୍ୟାମ୍ପସ ରହିଥିବା ଆଇ.ଆଇ.ଏମ ର ସଂଖ୍ୟା ୨୦କୁ ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.