Latest Odisha News

BREAKING NEWS

ୟେସ ବ୍ୟାଙ୍କରେ ଏବେ ବି ରହିଛି ଜଗନ୍ନାଥ ମହାପ୍ରଭୁଙ୍କ ଟଙ୍କା: ମନ୍ତ୍ରୀ

ଭୁବନେଶ୍ୱର: ୟେସ୍ ବ୍ୟାଙ୍କରେ ଏବେ ବି ଜଗନ୍ନାଥ ମହାପ୍ରଭୁଙ୍କ ୫୪୫ କୋଟି ଟଙ୍କା ରହିଛି । ଏନେଇ ବିଧାନସଭାରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ଲିଖିତ ଉତ୍ତରରେ ତଥ୍ୟ ପ୍ରଦାନ କରିଛନ୍ତି । ପ୍ରଭୁ ଜଗନ୍ନାଥଙ୍କର ମୋଟ୍ ୬୨୬ କୋଟି ୪୪ଲକ୍ଷ ୭୮ହଜାର ଟଙ୍କା ଅଛି । ୩୦ ସେପ୍ଟେମ୍ବର ୨୦୧୯ ମସିହା ସୁଦ୍ଧା ୟେସ୍ ବ୍ୟାଙ୍କରେ ୫୯୨ କୋଟି ଟଙ୍କା ଜମା ଥିଲା । ସ୍ଥାୟୀ ଜମାରେ ୫୪୫ କୋଟି ଟଙ୍କା ଥିବାବେଳେ ଫ୍ଲେକ୍ସି ଜମାରେ ୪୭ କୋଟି ଟଙ୍କା ରହିଥିଲା । ଏହା ମଧ୍ୟରେ ୪୭ କୋଟି ଟଙ୍କାର ଫ୍ଲେକ୍ସ ଜମା ୟେସ ବ୍ୟାଙ୍କରୁ ପ୍ରତ୍ୟାହାର ହୋଇଛି । ୫୩୫ କୋଟି ଟଙ୍କାକୁ ମାର୍ଚ୍ଚ ୧୯ଓ ୩୦ରେ ଉଠାଯାଇ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ରଖାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଏହା ବ୍ୟତୀତ ଓଡିଶା ସହ ମୋଟ୍ ୭ଟି ରାଜ୍ୟରେ ଜଗନ୍ନାଥଙ୍କ ଭୂ-ସମ୍ପତ୍ତି ରହିଛି । ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ବିହାର ଓ ଛତିଶଗଡରେ ଜଗନ୍ନାଥଙ୍କ ଜମି ରହିଛି । ଓଡିଶା ପରେ ପଶ୍ଚିମବଙ୍ଗରେ ସର୍ବାଧିକ ୩୨୨ ଏକର ୯୩୦ ଡେସିମିଲ ଜଗନ୍ନାଥଙ୍କ ଜମି ରହିଥିବା ଜଣାପଡିଛି । ଓଡିଶା ବାହାରେ ଜଗନ୍ନାଥଙ୍କ ମୋଟ୍ ୩୯୫.୨୫୨ ଏକର ଜମି ରହିଛି ।

ରାଜ୍ୟର ୭ଟି ଜିଲ୍ଲାରେ ୧୫୧ ଏକର ଜମି ଜବରଦଖଲ ରହିଛି । ମହାପ୍ରଭୁଙ୍କ ଜମିରୁ ମୋଟ୍ ୨୫ ହଜାର ୬୨୩ ଏକର ୯୩୦ ଡେସିମିଲ ଜମି ମନ୍ଦିର ପ୍ରଶାସନ ପାଖକୁ ଆସିଛି । ମହାପ୍ରଭୁଙ୍କ ଚିହ୍ନଟ ହୋଇଥିବା ମୋଟ୍ ୬୦,୪୨୬ ଏକର ଜମିରୁ ୩୪,୮୦୩ ଏକର ଜମିର ସ୍ୱତ୍ୱଲିପି ଶ୍ରୀମନ୍ଦିର ପ୍ରଶାସନକୁ ମିଳିଛି । ବାକି ଜମିଗୁଡିକୁ ହାତକୁ ଆଣିବା ପାଇଁ ବେଆଇନ ଅବରୋଧ ମାମଲା ଚାଲିଛି ।

Comments are closed.