Latest Odisha News

BREAKING NEWS

ଗାଁରେ ପହଂଚିଲା ୩ ଓଡ଼ିଆ ଶ୍ରମିକଙ୍କ ମୃତଦେହ, ଶେଷ କୃତ୍ୟ ସମ୍ପନ୍ନ

ଯାଜପୁର: ଗୁଜରାଟ ଅହମ୍ମଦାବା ସୂତାକଳରେ ନିଆଁ ଲାଗି ପ୍ରାଣ ହରାଇଥିବା ୩ ଓଡ଼ିଆ ଶ୍ରମିକଙ୍କ ମର ଶରୀର ଆଜି ସେମାନଙ୍କ ପୈତୃକ ଗାଁରେ ପହଂଚିଛି । ଯାଜପୁର ଜିଲ୍ଲା ଜମଧର ଗାଁରେ ୩ଜଣଙ୍କ ମୃତୁଦେହ ପହଂଚିବା ପରେ ସ୍ଥାନୀୟ ଅଚଂଳରେ ଶୋକର ଛାୟା ଖେଳି ଯାଇଥିଲା । ପରେ ମର ଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ଗାଁ ଶ୍ମଶାନରେ ଶେଷ କୃତ୍ୟ ସମ୍ପନ୍ନ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଗତ ୨୨ ତାରିଖରେ ଅହମ୍ମଦାବାଦର ଲୋଟସ ଲେବଲ ଇଣ୍ଡଷ୍ଟ୍ରିଜରେ କାମ କରୁଥିବା ବେଳେ ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ଜମଦର ଗାଁର ଚିନ୍ମୟ ଖୁଂଟିଆ, ଦୟାନିଧି ଖୁଂଟିଆ ଓ କାମେସ ସିଂଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ଜଣାପଡିବା ପରେ ଯାଜପୁର ଜିଲ୍ଲା ପ୍ରଶାସନିକ ଅଧିକାରୀ ମୃତକଙ୍କ ଘରେ ପହଂଚି ଶ୍ରମ ବିଭାଗ ସହ ଯୋଗାଯୋଗ କରି ସେଠାରୁ ମୃତଦେହ ଆଣିବା ପାଇଁ ବ୍ୟବସ୍ଥା କରିଥିଲେ ।
ଅନ୍ୟପଟେ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି । ଯାଜପୁର ବିଡିଓ, ଯୁଗ୍ମ ଶ୍ରମ ଆୟୁକ୍ତ ସୁନିଲ କୁମାର ସାହୁ ପ୍ରମୁଖ ଗାଁରେ ପହଂଚି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ କ୍ଷତିପୂରଣ ଦେବାକୁ ପ୍ରତିଶୃତି ଦେଇଛନ୍ତି ।

Leave A Reply

Your email address will not be published.