Latest Odisha News

BREAKING NEWS

ବିଜେପି ନେତା କପିଳ ମିଶ୍ରଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ: ଉତରପୂର୍ବ ଦିଲ୍ଲୀରେ ସିଏଏ ନେଇ ହିଂସକ ପ୍ରଦର୍ଶନ ଜାରି ରହିଛି । ଏହି ଅବସରରେ ବିଜେପି ନେତା କପିଳ ମିଶ୍ରଙ୍କ ହତ୍ୟା ଧମକ ଆସିଛି । କପିଳ ଟୁଇଟ କରିଛନ୍ତି ଯେ, ମୋତେ ଗାଳି ଦିଆଯିବ ସହ, ହତ୍ୟା ଧମକ ମିଳୁଛି । ମୁଁ ଆତଙ୍କ ସୃଷ୍ଟି କରୁଥିବା ବ୍ୟକ୍ତିମାନଙ୍କ ଆଖିରେ ଆଖି ମିଶାଇ କଥା କହିଥିବାରୁ ସେମାନେ ଏହି ଧମକ ଦେଉଛନ୍ତି ।

ପୂର୍ବ ଦିଲ୍ଲୀରେ ବିଜେପି ସାଂସଦ ଗୌତମ ଗମ୍ଭୀର ମଧ୍ୟ ହିଂସାକୁ ନିନ୍ଦା କରିଛନ୍ତି । ସେ କପିଳ ହୁଅନ୍ତୁ କି ଅନ୍ୟ କେହି ଯେଉଁମାନେ ଲୋକଙ୍କୁ ଉତେଜିତ କରାଉଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

Leave A Reply

Your email address will not be published.