ଭୁବନେଶ୍ୱର: ସ୍ତ୍ରୀକୁ ହତ୍ୟା କରିବା ପରେ ୩ଶହ ଖଣ୍ଡ କରି ରଖିବା ମାମଲାରେ ଅଭିଯୁକ୍ତ ସ୍ୱାମୀକୁ ଆଜୀବନ ଜେଲ ଦଣ୍ଡଦେଶ ଶୁଣାଇଛନ୍ତି କୋର୍ଟ । ଅଭିଯୁକ୍ତ କର୍ଣ୍ଣେଲ ସୋମନାଥ ପରିଡାଙ୍କୁ ଖୋର୍ଦ୍ଧା ଜିଲ୍ଳା ଜଜ୍ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ।
ସୂଚନାଯୋଗ୍ୟ, ୨୦୧୩ ଜୁନ୍ ୨୧ରେ ଘଟିଥିଲା ଏହି ଚାଂଚଲ୍ୟକର ଘଟଣା । ନୟାପଲ୍ଲୀ ଅଂଚଳରେ ରହୁଥିଲେ କର୍ଣ୍ଣେଲ ସୋମନାଥ । ସେ ତାଙ୍କ ସ୍ତ୍ରୀ ଉଷାଶ୍ରୀଙ୍କୁ ହତ୍ୟା କରି ୨୧ଟି ଷ୍ଟିଲ ଡବା ଓ ଦୁଇଟି ବଡ ବାକ୍ସରେ ଶରୀରକୁ କାଟି ଖଣ୍ଡ ଖଣ୍ଡ କରି ରଖିଥିଲେ । ଏପରିକି ଉଷାଶ୍ରୀ ମୁଣ୍ଡ ଭର୍ତ୍ତି ଗୋଟିଏ ଟିଫିନ୍, ଆରି, କରତ, ୨୫ଟି ବୋତଲ ଫିନାଇଲ ଓ ଏସିଡ ମଧ୍ୟ ଜବତ କରିଥିଲା ପୋଲିସ । କେବଳ ସେତିକି ନୁହେଁ ଏକ ପିତ୍ତଳ ଟର୍ଚ୍ଚକୁ ମଧ୍ୟ ପୋଲିସ ଜବତ କରିଥିଲା । ଯେଉଁଥିରେ ସୋମନାଥ ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିଲେ ।
ସୋମନାଥଙ୍କ ଲାଏ ଡିଟେକସନ୍ ଟେଷ୍ଟ କରିଥିଲା ପୋଲିସ । ତେବେ ସେ ତାଙ୍କ ପତ୍ନୀଙ୍କ ହତ୍ୟା କରିନାହାନ୍ତି ଉଷାଶ୍ରୀ ଆତ୍ମହତ୍ୟା କରିଥିବା ସୋମନାଥ କହିଥିଲେ । ଏହି ଘଟଣାରେ ମୋଟ ୨୯ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । ହତ୍ୟାକାଣ୍ଡର ମୁଖ୍ୟ ନାୟକ ଅବସରପ୍ରାପ୍ତ କର୍ଣ୍ଣେଲ ସୋମନାଥ ପରିଡା ଘଟଣାକୁ ଚାପିବା ପାଇଁ ବହୁ ଚେଷ୍ଟା କରିଥିଲେ । କିନ୍ତୁ ପୋଲିସ ଘଟଣାସ୍ଥଳକୁ ଯାଇ ଛାନଭିନ୍ କରି ଶେଷରେ କର୍ଣ୍ଣେଲ ସୋମନାଥଙ୍କୁ ଗିରଫ କରିଥିଲା ।
BREAKING NEWS
- 85 crore Alimony: ଛାଡପତ୍ର ପାଇଁ ୮୫ କୋଟି ନେଇ ଛାଡିଲେ ଭାରତୀୟ ବଂଶୋଦ୍ଭବ ମହିଳା…
- ବାଲିଅନ୍ତା ସୌମ୍ୟ ରଞ୍ଜନ ହତ୍ୟା ମାମଲାରେ ବଡ଼ ମୋଡ଼: ସାମ୍ନାକୁ ଆସିଲା ବାନ୍ଧବୀଙ୍କ ଭାଇରାଲ ଅଡିଓ ଓ ହ୍ଵାଟ୍ସଆପ ଚାଟ୍
- Annamalai resigns from BJP: କାହିଁକି ବିଜେପିରୁ ଇସ୍ତଫା ଦେଲେ ତାମିଲନାଡୁ ସିଙ୍ଘମ୍ ଅନ୍ନାମଲାଇ? ୨ ଦିନ ପୂର୍ବେ ଅମିତ୍ ଶାହାଙ୍କୁ ଭେଟିଥିଲେ…
- ଅଧିକ ପାଠ ପଢ଼ିବା ସାଜିଲା ବାଧକ! ଚାକିରି ପାଇଁ ଡିଗ୍ରୀ ଲୁଚାଇଥିବା ଯୁବକଙ୍କୁ ବାହାର କଲେ ସୁପ୍ରିମକୋର୍ଟ
- Minister quits DKS cabinet: ଶିବକୁମାର ମୁଖ୍ୟମନ୍ତ୍ରୀ ହେବା ପରେ କର୍ଣ୍ଣାଟକ କଂଗ୍ରେସରେ ମତଭେଦ, ଇସ୍ତଫା ଦେଲେ ୬ଥରର ମନ୍ତ୍ରୀ
- ମାଟି କଲାଣି ଆଁ, ଲୁଚୁଛି ମୌସୁମୀ; ବଙ୍ଗୋପସାଗରର ଦୁର୍ବଳତା ଯୋଗୁଁ ଓଡ଼ିଶାକୁ ଜୁନ୍ ୧୪ ଯାଏଁ ଡରାଇବ ତାତି
- ସୌମ୍ୟରଞ୍ଜନ ହତ୍ୟା ମାମଲାରେ ବଢ଼ିବ ଗିରଫଦାରି ସଂଖ୍ୟା; କ୍ରାଇମବ୍ରାଞ୍ଚ ଡିଜିଙ୍କ ବଡ଼ ସୂଚନା
- ମୋଦି ମୋର ଭଲ ବନ୍ଧୁ; ଖୁବଶୀଘ୍ର ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି: ଟ୍ରମ୍ପ
- କଂଗ୍ରେସର ‘ବିଶ୍ୱାସଘାତକତା’ ପ୍ରତିବାଦରେ ‘ଇଣ୍ଡିଆ’ ମେଣ୍ଟ ବୈଠକ ବର୍ଜନ କଲା DMK
- ଟ୍ରକ ପଛରେ ପିଟି ହେଲା ଯାତ୍ରୀବାହୀ ବସ; ଜଣେ ମୃତ, ୮ ଗୁରୁତର
Comments are closed.