Latest Odisha News

BREAKING NEWS

ଓଡ଼ିଶାର ପାରମ୍ପରିକ ଟସର ବସ୍ତ୍ର…

ଭୁବନେଶ୍ୱର: ଆବହମାନ କାଳରୁ ଓଡିଶା ଏକ ପାରମ୍ପରିକ ଟସର ଉତ୍ପାଦନକାରୀ ରାଜ୍ୟ ଭାବେ ପରିଚିତ । ପ୍ରାଚୀନ କାଳରୁ ହାତ ତିଆରି ଟସର ୟୁରୋପ ମହାଦେଶର ରାଜକୀୟ ଅଳଙ୍କରଣ ଭାବେ ବବ୍ୟହୃତ ହେଉଥିଲା ।

ନୌବାଣିଜ୍ୟ ପା ଇଁପ୍ରସିଦ୍ଧ ଆମ ରାଜ୍ୟ ଏକଦା ଏସିଆ ଏବଂ ୟୁରୋପ ମହାବଦଶ ସହିତ ବାଣିଜ୍ୟ ସମ୍ପର୍କ ସ୍ଥାପନର ମୁଖ୍ୟ ଭୂମକ ଗ୍ରହଣ କରିଥିଲା । ଦୁର୍ଭାଗ୍ୟବଶତଃ ବ୍ରିଟିଶ ଶାସନ ସମୟରେ ବିଦେଶୀ କପଡାର ପ୍ରଚଳନ ପରେ ଓଡିଶାର ଟସର ପରମ୍ପରା କ୍ରମଶଃ ବିଲୁପ୍ତ ହେବାକୁ ଆରମ୍ଭ କଲା ।

ରାଜ୍ୟର ବୁଣାକାର ସମ୍ପ୍ରଦାୟ ହାତ ବାନ୍ଧି ବସି ପଡିଲେ । କୁହାଯାଏ ଯେ, ବିଦେଶୀ କପଡାର ଏକଚାଟିଆ କାରବାର ପାଇଁ ଆମର
କୁଶଳୀ ବୁଣାକରମାନଙ୍କ ଅଙ୍ଗୁଳି ଛେଦନ ଭଳି ବର୍ବର ଏବଂ ନୃଶଂସ କାର୍ଯ୍ୟ ମଧ୍ୟ କରାଯାଉଥିଲା ।

ତେବେ ସ୍ଵାଧୀନତା ପରବର୍ତ୍ତୀ ସମୟରେ କ୍ରମାଗତ ସରକାରୀ ପ୍ରୋତ୍ସାହନ ଏବଂ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେବା ଦ୍ଵାରା ଓଡିଶା ହସ୍ତତନ୍ତ ପରମ୍ପରା ଏହାର ହୃତଗୌରବ ଫେରି ପାଇବାବର ସଫଳ ହେଲା ।

ଧୀରେ ଧୀରେ ହସ୍ତତନ୍ତ ର ଆଦର ଓ ଚାହିଦା ବଢିବା ସହ ଆଜି ସମଗ୍ର ବିଶ୍ଵରେ ଓଡିଶା ହସ୍ତତନ୍ତ ଏକ ଆକର୍କଣୀୟ ବସ୍ତ୍ରର ମାନ୍ୟତା ଲାଭ କରିଛି ।

ପାରମ୍ପରିକ ଜନଜାତି ମାନଙ୍କ ଦ୍ଵାରା ଚାଷ ଏବଂ ରକ୍ଷଣାବେକ୍ଷଣ କରାଯାଉଥିବା ଟସର ତଥା ଆମର କୁଶଳୀ ବୁଣାକରମାନଙ୍କ ଦ୍ଵାରା ପ୍ରସ୍ତୁତ ଟସର ବସ୍ତ୍ର ସମଗ୍ର ବିଶ୍ଵରେ ସ୍ଵତନ୍ତ୍ର ବ୍ରାଣ୍ଡ ତିଆରି କରି ପାରିଛି।

ଟସରର ସୌନ୍ଦର୍ଯ୍ୟ ସବୁ ବର୍ଗର ଲୋକଙ୍କୁ ଆକର୍ଷିତ କରୁଛି । ଏହ ଆଉ ଏକ କେବଳ ଧାର୍ମିକ କାର୍ଯ୍ୟ କିମ୍ବା ପର୍ବପର୍ବାଣି ପାଇଁ ବ୍ୟବହାର ମଧ୍ୟରେ ସୀମିତ ହୋଇ ରହି ନାହିଁ ।

ଓଡିଶା ଟସର ଆଜି ସମସ୍ତଙ୍କ ପାଇଁ ଏକ ପ୍ରମୁଖ ଆକର୍ଷଣ ।

ମଠା ବସ୍ତ୍ର ଭାବେ ଅଭିହିତ ଟସର ରୀ ତିଅନୁସାରେ ଠାକୁରମାନଙ୍କୁ ଅର୍ପଣ କରାଯାଏ ନାହିଁ। ବରଂ ପ୍ରଥା ଅନୁସାବର ଠାକୁରଙ୍କ ନିରାଜନା ସମୟରେ ଭକ୍ତ ଏବଂ ଶ୍ରଦ୍ଧାଳୁମାନେ ଏହିବସ୍ତ୍ର ପିନ୍ଧିବାର ପରମ୍ପରା ରହିଛି।

ଟସରକୁ ଅମ୍ଳାନ ବସ୍ତ୍ର ମଧ୍ୟ କୁହାଯାଏ, କାରଣ ଏହା କେବେ ମଳିନ ପଡେ ନାହିଁ। ସେଥିପାଇଁ ଟସର ଏକ ପବିତ୍ର ବସ୍ତ୍ର ଭାବେ ସ୍ଵୀକୃତ ।

ଟସର ଚାର୍ ଆମ ରାଜ୍ୟର ହଜାର ହଜାର ଲୋକଙ୍କୁ ଜୀବିକା ପ୍ରଦାନ କରିଛି । ଏହା ମଧ୍ୟରୁ ୯୫ ପ୍ରତିଶତ ହେଉଛନ୍ତି ଜନଜାତି ସମ୍ପ୍ରଦାୟର । ଆମ ରାଜ୍ୟର ଗ୍ରାମାଞ୍ଚଳରେ ବିଶେଷ କରି ମହିଳା ତଥା ଚାଷୀ ମାନଙ୍କ ପାଇଁ ଏହା ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି ।

Leave A Reply

Your email address will not be published.