ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ରସଂଘ ସଭାପତି କହ୍ନେୟା କୁମାରଙ୍କ ପାଇଁ ବଢ଼ିଲା ଅଡୁଆ । ଦେଶ ବିରୋଧୀ ସ୍ଲୋଗାନ ମାମଲାରେ ତାଙ୍କ ବିରୋଧରେ ଚାଲିବ ଦେଶଦ୍ରୋହ ମାମଲା । କହ୍ନେୟାଙ୍କ ସମେତ ଅନ୍ୟ ୭ଜଣଙ୍କ ବିରୋଧରେ ମଧ୍ୟ ଦେଶଦ୍ରୋହ ମୋକଦ୍ଦମା ଚାଲିବ । ଏନେଇ ଦିଲ୍ଲୀ ସରକାର ପୋଲିସକୁ ଅନୁମତି ଦେଇଛନ୍ତି ।
୨୦୧୬ ଦେଶଦ୍ରୋହ ମାମଲାରେ କହ୍ନେୟାଙ୍କ ସମେତ ଜେଏନ୍ୟୁ ଛାତ୍ର ଉମର ଖଲିଦ, ଅନିର୍ବାଣ ଭଟ୍ଟାଚାର୍ଯ୍ୟ, ଆକିବ ହୁସେନ, ମୁଜୀବ, ଉମର ଗୁଲ, ବଶରତ ଅଲ୍ଲୀ ଓ ଖାଲିଦ ବାସିର ସମ୍ପୃକ୍ତ ଥିବା ନେଇ ଜଣାପଡିଥିଲା । ଏନେଇ ୨୦୧୯ ଜାନୁଆରୀରେ ଦିଲ୍ଲୀ ପୋଲିସ ଏକ ଚାର୍ଜସିଟ୍ ଦାଖଲ କରିଥିଲା । ୨୦୧୬ ଫେବୃଆରୀ ୯ରେ ଜେଏନ୍ୟୁ କ୍ୟାମ୍ପସରେ କଥିତ ଭାବେ ସେମାନେ ଦେଶ ବିରୋଧୀ ସ୍ଲୋଗାନ ଦେଇଥିଲେ ।
ଏହି ମାମଲାର ଫାଇଲ ବହୁଦିନ ହେବ ଦିଲ୍ଲୀ ସରକାରଙ୍କ ପାଖରେ ଅଟକିଥିଲା । ତୁରନ୍ତ କହ୍ନେୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ ନେବେ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରତିଶୃତି ଦେଇଥିଲେ । ଏବେ ଦିଲ୍ଲୀ ସରକାରଙ୍କ ଠାରୁ ମଂଜୁରୀ ମିଳିବା ପରେ କହ୍ନେୟାଙ୍କ ସମେତ ଅନ୍ୟ ୭ ଜଣଙ୍କ ନାଁରେ ଦେଶଦ୍ରୋହ ମାମଲା ଚାଲିବ ।
BREAKING NEWS
- Deepveer baby Devi: ନବମୀରେ ଦୀପିକା-ରଣବୀରଙ୍କ ଘରକୁ ଆସିଲେ ମା’ ଦୁର୍ଗା, ନାଁ ରଖିଲେ ‘ଦେବୀ’!
- ଆସୁଛି ଆଉ ଏକ ଲଘୁଚାପ, ଜାଣନ୍ତୁ ଓଡ଼ିଶାରେ ପ୍ରଭାବ…
- କୋଟିଆ ଉପରେ ନିୟମିତ ନଜର ରଖିବେ ଜିଲ୍ଲାପାଳ ଓ SP
- ରାଜଧାନୀରେ ଦୁର୍ଗାପୂଜା ଭସାଣୀରେ ବାଜିବନି DJ
- ପୂର୍ବତନ କ୍ରିକେଟର ତଥା ସାଂସଦ ୟୁସୁଫ ପଠାଣଙ୍କୁ ଗୁଜୁରାଟ ସରକାରଙ୍କ ବଡ ଉପହାର
- ବିସ୍କୁଟରେ ମିଶୁଛି ଚୋକଡ, କ୍ଷୀରରେ ଡ଼ିଟରଜେଣ୍ଟ; ଏଫଏସଏସଏଆଇ ବଡ଼ କାର୍ଯ୍ୟାନୁଷ୍ଠାନ…
- ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟିର ଗଞ୍ଜେଇ ଜବତ, ୩ ଅଟକ…
- ଟାଇଗର ଶ୍ରଫ୍ଙ୍କୁ ଫାୟାରିଂ ପଛର ସତ୍ୟ ବାହାର କଲା ପୋଲିସ: ଚାକିରି ଓ ଟଙ୍କା ଲୋଭରେ କରାଯାଇଥିଲା ଆକ୍ରମଣ
- ଦେଶବାସୀଙ୍କୁ ମୋହନ ଭାଗବତଙ୍କ ସମ୍ୱୋଧନ: କହିଲେ, ଏକତା ଓ ପ୍ରଗତି ରାସ୍ତାରେ ଆମେ ଆଗକୁ ବଢ଼ିବା ଦରକାର
- ରେଲୱେ ଟ୍ରାକ ନିକଟରେ କୁମ୍ଭୀର, ଚିନ୍ତାରେ ଲୋକେ

Comments are closed.