Latest Odisha News

BREAKING NEWS

ଏହି ୫ଟି ଦ୍ରବ୍ୟର ଧୂଆଁ, ଘରେ ଭରିଦେବ ସକରାତ୍ମକ ଶକ୍ତି !

ଭୁବନେଶ୍ୱର: ଘରେ ନକରାତ୍ମକ ଶକ୍ତି ରହିଥିଲେ ଜୀବନରେ ସମସ୍ୟା ହିଁ ସମସ୍ୟା ଦେଖା ଦେଇଥାଏ।

ଯଦି ଆପଣ ନିଜ ଘରେ ନକରାତ୍ମକ ଶକ୍ତି ଥିବା ଜାଣିବାକୁ ପାଉଛନ୍ତି ଏବଂ ଘରୁ ଏହି କୁଶକ୍ତିକୁ ବାହାର କରିବାକୁ ଆପଣାନ୍ତୁ ଏହିସବୁ ଉପାୟ..

ଘରୁ ନକାରାତ୍ମକ ଶକ୍ତିକୁ ଦୂର କରିବାକୁ ପ୍ରତିଦିନ ଘରେ ୫ଟି ପବିତ୍ର ଦ୍ରବ୍ୟର ଧୂଆଁ ଦିଅନ୍ତୁ।

ଏହି ୫ଟି ସାମଗ୍ରୀ ହେଲା କର୍ପୂର, ଦେଶୀ ଘିଅ, ଚନ୍ଦନ, ଝୁଣା ଏବଂ ଗୁଗ୍ଗଳ। ପ୍ରଥମେ ଘରେ ଗାଈର ଗୋବରରେ ପ୍ରସ୍ତୁତ ଏକ ଜାଳେଣୀ ଜଳାନ୍ତୁ। ତାହା ଜଳିଯିବା ପରେ ସେଥିରେ ଏହି ୫ଟି ସାମଗ୍ରୀ ପକାଇଦିଅନ୍ତୁ। ଏହା ପରେ ଯେଉଁ ଧୂଆଁ ବାହାରିବ ସେହି ଧୂଆଁକୁ ଘରର ଚାରିଆଡ଼େ ଖେଳାଇ ଦିଅନ୍ତୁ।

ଏହି ୫ଟି ସାମଗ୍ରୀ ଖୁବ୍ ପବିତ୍ର ବୋଲି ବିଶ୍ବାସ ରହିଛି। ଏଥିରୁ ବାହାରୁଥିବା ଧୂଆଁ ଘରର ବାତାବରଣକୁ ପବିତ୍ର କରିଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି।

ଏହି ଧୂଆଁ ପ୍ରଭାବରେ ଘରେ ଥିବା ସୂକ୍ଷ୍ମ କୀଟାଣୁ ନଷ୍ଟ ହୋଇଯାଇଥାଏ ଏବଂ ବାସ୍ତୁ ଦୋଷର ପ୍ରଭାବ ମଧ୍ୟ ଶେଷ ହୋଇଯାଏ। ଏହା ସହିତ ଘରେ ସକରାତ୍ମକ ଶକ୍ତି ବୃଦ୍ଧି ପାଏ।

Leave A Reply

Your email address will not be published.