ଭୁବନେଶ୍ୱର: ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଜି ହେଉଛି ୧୦୪ ତମ ଜନ୍ମ ବାର୍ଷିକୀ ।
ଏହି ଅବସରରେ ପଦ୍ମଶ୍ରୀ ବିଜେତା ତଥା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ନିର୍ମାଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
Rich Tributes to Former Chief Minister, Statesman & Visionary #BijuBabu on His 104th Birth Anniversary.
My SandArt at puri beach with message #BijuPatnaik Deserves #BharatRatna . pic.twitter.com/5LGF8lRFzZ— Sudarsan Pattnaik (@sudarsansand) March 5, 2020
ବିଜୁ ବାବୁ ଏକାଧାରାରେ ଥିଲେ ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ, ନିର୍ଭୀକ ପାଇଲଟ, ସଚ୍ଚୋଟ ରାଜନେତା ଓ ଯୁଗସ୍ରଷ୍ଟା ଜନନାୟକ ।
୧୯୧୬ ମସିହା ମାର୍ଚ୍ଚ ୫ ତାରିଖରେ କଟକରେ ଜନ୍ମ ଗ୍ରହଣ କରିଥିଲେ । ଏହି ଜନନାୟକ ନିଜ ଜୀବନ କାଳ ମଧ୍ୟରେ ଅନେକ ଦୁଃସାହସିକ କାମ କରିଛନ୍ତି । ଜବାହାରଲାଲ ନେହେରୁଙ୍କ ଅନୁରୋଧ କ୍ରମେ ଇଣ୍ଡୋନେସିଆରୁ ସୁଲତାନ ସାରିଆରଙ୍କୁ ଉଦ୍ଧାର କରିବା ସହ ବିମାନରେ ଭାରତ ଇଡାଇଆଣିବା ଘଟଣା ଅନ୍ୟତମ ଥିଲା । ।
ଏହିଭଳି ଘଟଣା ଲାଗି ବିଜୁ ବାବୁ ସମଗ୍ର ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଇଣ୍ଡୋନେସିଆର ଭୂମିପୁତ୍ର ଭାବେ ସମ୍ମାନିତ ହୋଇଥିଲେ ।
Comments are closed.