ନୂଆଦିଲ୍ଲୀ: ଚାରିଆଡେ କରୋନା ଭାଇରସ କୋକୁଆ ଭୟ । ସାରା ବିଶ୍ୱରେ ମାଡି ଚାଲିଛି କରୋନା ଭୂତାଣୁର ସଂକ୍ରମଣ । ଭାରତରେ ମଧ୍ୟ ଏହି ଭାଇରସର ଭୟ ଦେଖିବାକୁ ମିଳିଛି । ରାଜ୍ୟସଭାରେ ଦେଶର କରୋନା ସ୍ଥିତି ନେଇ ମତ ରଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ । ଭାରତରେ ୨୮ ହଜାର ୫୨୯ କରୋନା ସନ୍ଦିଗ୍ଧଙ୍କ ଉପରେ ନଜର ରଖାଯାଇଥିବା ସେ କହିଛନ୍ତି ।
ଏବେ ଯାଏ ଭାରତରେ ୨୯ ଜଣଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଛି । ସେମାନଙ୍କ ମଧ୍ୟରୁ ୩ଜଣ ସୁସ୍ଥ ହୋଇଥିବା ବେଳେ ଏବେବି ଆହୁରି ୨୬ ଜଣ କରୋନା ଆକ୍ରାନ୍ତରେ ଚିକିତ୍ସିତ ହେଉଛନ୍ତି । ଭାରତ ସରକାର ଏନେଇ ପଦକ୍ଷେପ ନେଇଛନ୍ତି । ସମସ୍ତ ମେଡିକାଲରେ ଆଇସୋଲେସନ୍ ୱାର୍ଡ ହୋଇଛି । ସଂକ୍ରମିତ ହେବାର ୧୪ ଦିନ ପରେ ରୋଗ ଜଣାପଡିଥାଏ ବୋଲି ହର୍ଷବର୍ଦ୍ଧନ କହିଛନ୍ତି ।
କରୋନା ପାଇଁ ସବୁ ବିମାନ ବନ୍ଦରରେ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି । ୨୧ଟି ବିମାନ ବନ୍ଦରରେ ୩ଶହ ଡାକ୍ତରଙ୍କୁ ନିୟୋଜିତ କରାଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ସବୁଠି ସ୍କ୍ରିନିଂ କରାଯାଉଛି । ଚୀନ୍, ଦକ୍ଷିଣ କୋରିଆ, ଜାପାନ, ଇଟାଲୀ ପାଇଁ ଭିସା ବାତିଲ କରାଯାଇଥିବା କହିଛନ୍ତି ଡକ୍ଟର ହର୍ଷବର୍ଦ୍ଧନ ।
BREAKING NEWS
- ଆରବ ସାଗରରେ ପୁଣିଥରେ ପରାକ୍ରମ ଦେଖାଇଲା ଭାରତୀୟ ନୌସେନା, ବଞ୍ଚାଇଲା ୨୦ ପାକିସ୍ତାନୀଙ୍କ ଜୀବନ
- ପ୍ରାର୍ଥୀ ବଦଳ ଜାଣିପାରି ଫେରାଇଦେଲେ ଟିକଟ; ଅଜୟ କୁମାର
- ପ୍ରଥମ ପର୍ଯ୍ୟାୟ ଭୋଟ ନେଇ ଏଡିଆର ରିପୋର୍ଟ: ୩ ପ୍ରାର୍ଥୀ ଦଶମ ପାସ୍ କରି ନାହାନ୍ତି
- ୧୪ରେ ବାରଣାସୀରୁ ନାମାଙ୍କନ ଭରିବେ ମୋଦୀ
- କୋରାପୁଟରେ ମୁଖ୍ୟମନ୍ତ୍ରୀଙ୍କ ହାଇଭୋଲଟେଜ୍ ପ୍ରଚାର, କହିଲେ ମିଛ କହୁଛନ୍ତି ବିରୋଧି
- ଆଉ କିଛି ଚାଲ ବାକି ଅଛି କହିଲେ ଜୟରାମ
- ଜଙ୍ଗଲ ନିଆଁରେ ଓଡିଶା ଆଗୁଆ; ରିପୋର୍ଟ
- ବିଜେପି ଛାଡି କଂଗ୍ରେସରେ ଯୋଗ ଦେଲେ ଦେବାଶିଷ ନାୟକ
- ୨୪ ଘଣ୍ଟାରେ ମିଳିବ ତାତିରୁ ଆଶ୍ବସ୍ତି
- ଆସନ୍ତା କାଲି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ