Latest Odisha News

କରୋନା ଭୟ: ବଜାରରେ ମାସ୍କ ଓ ସାନିଟାଇଜରର ଅଭାବ

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସର ୨୯ଟି ମାମଲା ସ୍ପଷ୍ଟ ହେବା ପରେ ମାସ୍କ ଓ ସାନିଟାଇଜରକୁ ନେଇ ବଜାରରେ ହଇଚଇ ସୃଷ୍ଟି ହୋଇଛି । ଲୋକମାନେ ଆତଙ୍କିତ ହୋଇ ବଜାରରୁ ବହୁଳ ମାତ୍ରାରେ ଏନ ୯୫ ମାସ୍କ ଓ ହ୍ୟାଣ୍ଡ ସାନିଟାଇଜର କିଣୁଛନ୍ତି । ଯଦ୍ୱାରା ବଜାରରେ ମାସ୍କ ଓ ସାନିଟାଇଜରର ଅଭାବ ଦେଖା ଦେଲାଣି ।

ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀ ଏନସିଆରର ଅଧିକାଂଶ ସ୍ଥାନରେ ମାସ୍କ ଓ ସାନିଟାଇଜରର ଅଭାବ ଦେଖା ଦେଇଥିବାବେଳେ, କେଉଁଠି ୧୫୦ ଟଙ୍କିଆ ମାସ୍କର ମୂଲ୍ୟ ୫୦୦ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହେଉଛି ।

ଭୁବନେଶ୍ୱର ଆଇଟି କମ୍ପାନୀରେ କାମ କରୁଥିବା ଅବିନାଶ ମହାନ୍ତି କହିଛନ୍ତି, “ଆମାଜନ ସାଇଟ୍ ରେ ସର୍ଚ୍ଚ କଲେ ମାସ୍କ ମହଜୁଦ ନଥିବା ଦେଖିବାକୁ ମିଳୁଛି । ମୁଁ ଗତ ସପ୍ତାହରେ ୫ଟି ମାସ୍କ ଆମାଜନରୁ ଅର୍ଡର କରିଥିଲି । କିନ୍ତୁ ଆଜି ସର୍ଚ୍ଚ କରିବାରୁ ମାସ୍କ ଉପଲବ୍ଧ ନଥିବା ଦେଖିବାକୁ ମିଳୁଛି । ଆଉ ଯାହା ଅଛି, ସେଗୁଡିକ ଚଢ଼ା ଦରରେ ବିକ୍ରି ହେଉଛି ।”

Leave A Reply

Your email address will not be published.