Latest Odisha News

ଫାଶୀ ମିଳିବା ଯାଏଁ ଜାରି ରହିବ ଲଢ଼େଇ: ନିର୍ଭୟାଙ୍କ ମା’

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କ ପାଇଁ ୪ଥର ଲାଗି ନୂଆ ଫାଶୀ ତାରିଖ ଘୋଷଣା ହୋଇଛି । ମାର୍ଚ୍ଚ ୨୦ ସକାଳ ୫.୩୦ରେ ସମସ୍ତ ଅଭିଯୁକ୍ତଙ୍କୁ ଫାଶୀ ଦିଆଯିବ । ଏନେଇ ଦିଲ୍ଲ ପଟିଆଲା ହାଉସ କୋର୍ଟ ଡେଥ ୱାରେଂଟ ଜାରି କରିଛନ୍ତି । ତେବେ କୋର୍ଟଙ୍କ ଏହି ନିଷ୍ପତି ପରେ ଖୁସି ବ୍ୟକ୍ତ କରିଛନ୍ତି ନିର୍ଭୟାଙ୍କ ମା’ ଆଶା ଦେବୀ ।
ସେ କହିଛନ୍ତି ଯେ, ୪ ଦୋଷୀଙ୍କୁ ଫାଶୀ ମିଳିବା ଯାଏଁ ଜାରି ରହିବ ଲଢ଼େଇ । ନ୍ୟାୟ ପାଳିକା ଉପରେ ତାଙ୍କର ବିଶ୍ୱାସ ରହିଛି । ଯେଉଁ ଦିନ ୪ ଦୋଷୀ ଫାଶୀ ଖୁଂଟରେ ଝୁଲିବେ ସେହି ଦିନ ତାଙ୍କ ଝିଅର ଆତ୍ମାକୁ ଶାନ୍ତି ମିଳିବ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.